ବାରିପଦା: ମୟୂରଭଂଜ ଜିଲ୍ଲାର ସିମାନ୍ତ ଅଂଚଳ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗରଡାପାଣିରେ ଏକ ବାଇକ ଦୁର୍ଘଟଣା ଘଟିବାରୁ ୩ ଜଣ ଯୁବକ ଙ୍କର ଅକାଳ ମୃତ୍ୟୁ ଘଟିଥିବାର ଜଣାଯାଇଛି । ବାଇକଟି ଭାରସାମ୍ୟ ହରାଇ ଏକ ଖାଲରେ ପଡ଼ି ଯାଇଥିଲା ଏବଂ ଏଥିରେ ୩ ଯୁବକ ଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର ହେବା ପରେ ଶବ ବ୍ୟବଛେଦ ପାଇଁ ରାଇରଙ୍ଗପୁର ପଠା ଯାଇଥିଲା ।
ସୂଚନାଯୋଗ୍ୟ,ଗୋରୁମହିଷାଣି ଥାନା ଅଞ୍ଚଳର ସୁଦର୍ଶନପୁର ପଞ୍ଚାୟତର ସାନଝାରି ଗ୍ରାମର ମନୋଜ ମୁଣ୍ଡାରୀ, ମନୋଜ ମୁଣ୍ଡା ଏବଂ ୍ୱୀରସିଂ ମୁଣ୍ଡା ଗୁରୁବାର ସଂନ୍ଧ୍ୟାରେ ବାଇକରେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ପଡ଼ିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ଭର୍ତି କରିଥିବାର ପ୍ରକାଶ ।
