{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
କଟକ: ବାଲିଅନ୍ତା ସୌମ୍ୟକୁ ପିଟି ପିଟି ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣକ ହେଲା ବିଭୂତି ଭୂଷଣ ପରିଡ଼ା । ତାକୁ କଟକ ବିଡାନାସୀ ଅଞ୍ଚଳରୁ ଗିରଫ କରାଯାଇଛି । ସୌମ୍ୟକୁ ଟ୍ରକ୍?କୁ ନେବା ବେଳେ ସେ ଗୋଇଠା ମାଡ଼ କରିଥିଲା । କ୍ରାଇମବ୍ରାଞ୍ଚ କବଜାରେ ନ ଆସିବ ଲାଗି ବହୁ ଦିନ ଧରି ସେ ଲୁଚକାଳି ଖେଳୁଥିଲା । ତେବେ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରି ଆଜି କୋଟି ଚାଲାଣ କରୁଛନ୍ତି । ଏପର୍ଯ୍ୟନ୍ତ କ୍ରାଇମ ବେଞ୍ଚ କବଜାରେ ମୋଟ ୧୯ ଅଭିଯୁକ୍ତ ଗିରଫ ହେଉଛନ୍ତି । ସୂଚନାଯୋଗ୍ୟ ଯେ ସୌମ୍ୟକୁ ପିଟି ପିଟି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଏବେ ବି କିଛି ଅପରାଧୀ ଫେରାର ଅଛନ୍ତି । ନିକଟରେ ସୌମ୍ୟ ମାମଲାରେ ବଡ଼ ପ୍ରମାଣ ମିଳିବା ପରେ ଜନେ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ସସ୍?ପେଣ୍ଡ କରିଥିଲେ ।
