ଦଶପଲ୍ଲା: ଦଶପଲ୍ଲା ଥାନା ଅନ୍ତର୍ଗତ ୍ୱାରପୁରିକିଆ ଡୁମାଲୁଣୀ ମନ୍ଦିର ନିକଟରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣେ ୩୫ ବର୍ଷୀୟ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୋଡ଼ିବିଡ଼ା ଗ୍ରାମର ବଂଶୀଧର ପ୍ରଧାନଙ୍କ ପୁତ୍ର ନାରାୟଣ ପ୍ରଧାନ (୩୫)। ସୂଚନା ମୁତାବକ, ନାରାୟଣ ପ୍ରଧାନ ନିଜ ମୋଟରସାଇକେଲ୍? (ନମ୍ବର ଙଊ୨୫ଏ ୮୯୬୧) ଯୋଗେ ନିଜ ଘର ଗୋଡ଼ିବିଡ଼ାରୁ ମଧ୍ୟଖଣ୍ଡ ସ୍ଥିତ ନିଜ ଶ୍ୱଶୁର ଘରକୁ ଯାଉଥିଲେ। ୍ୱାରପୁରିକିଆ ଡୁମାଲୁଣୀ ମନ୍ଦିର ନିକଟରେ ରାସ୍ତାରେ ଜଣେ କମ୍ ବୟସ୍କ ଯୁବକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ ଗାଡ଼ି ଚଳାଇ ଉତ୍ପାତ କରୁଥିଲା। ନାରାୟଣ ତାଙ୍କୁ ସାଇଡ୍ କରି ଯିବାକୁ ଚେଷ୍ଟା କରୁଥିବା ସମୟରେ ହିଁ ଏହି ଭୟଙ୍କର ଦୁର୍ଘଟଣାଟି ଘଟିଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ସଦଳବଳେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଦଶପଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିଲା। ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ସମସ୍ତ ମୁଖ୍ୟ ରାସ୍ତାରେ କଡ଼ା ଚେକିଂ କରାଯାଉ ଏବଂ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ବେପରୁଆ ଯୁବକମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସ୍ଥାନୀୟ ଜନସାଧାରଣ ଦୃଢ ଦାବି କରିଛନ୍ତି। ଆଇଆଇସି ବିନୟ ରଞ୍ଜନ ପରିଡ଼ା ମଧ୍ୟ ଏହି ମାମଲାରେ ସଠିକ୍ ତଦନ୍ତ କରି ଦୋଷୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
