ପୁରୀ: ଆମ ଆଦମୀ ପାର୍ଟିର ରାଜ୍ୟସଭାପତି ନିଶିକାନ୍ତ ମହାପାତ୍ରଙ୍କ ସହ ଦିଲ୍ଲୀରୁ ଓଡ଼ିଶା ପାଇଁ ନିଯୁକ୍ତ ସମସ୍ତ ସହ ପ୍ରଭାରୀ ଯଥା ଅଜିତ ପାଲ, ଦିନେଶ କୁମାର , ପ୍ରଦୀପ ମିତ୍ତଲ , ରବୀନ୍ଦ୍ର ଭରଦ୍ୱାଜ ,ପ୍ରବୀଣ କୁମାର କାଭିୟା , ପୁନୀତ୍ ରାୟ ଏବଂ ଟିଙ୍କୁ ରାଜୋରା ପୁରୀ ଗସ୍ତରେ ସୋମବାର ସଂଧ୍ଯାରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ସହ ମହାଲକ୍ଷ୍ମୀ ଓ ମା ବିମଳାଙ୍କୁ ଦର୍ଶନ କରିବା ସହ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । ପୁରୀ ଲୋକସଭା ଦାୟୀତ୍ୱରେ ଥିବା ରବୀନ୍ଦ୍ର ଭରଦ୍ୱାଜ ସନ୍ଧ୍ୟା ୮ଟା ସମୟରେ ପୁରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପୁରୀ ବିଧାନସଭା ର ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଲୋକଙ୍କ ସମସ୍ୟା ପ୍ରଶାସନ ପାଖରେ ଉଠେଇବା ସହ ତାର ସମାଧାନ ପାଇଁ ଲୋକଙ୍କ ସହ ଯୋଡ଼ି ହୋଇରହିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଶାରେ ଆଗକୁ ସମସ୍ତ ନିର୍ବାଚନ ପାର୍ଟି ଲଢ଼ିବ ତେଣୁ ତୃଣମୂଳ ସ୍ତରରେ ସଦସ୍ୟତା ଅଭିଯାନ କରି ଲୋକଙ୍କୁ ପାର୍ଟି ସହ ଯୋଡିବାକୁ ପରାମର୍ଶ ଦେବାସହ ରଣନୀତି ସୁତ୍ର ବନାଇଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ୍ ମହାନ୍ତି,ଜିଲ୍ଲା ଉପସଭାପତି ଅନିଲ କୁମାର ସେନାପତି,ପୁରୀ ନଗର ସଭାପତି ରମାକାନ୍ତ ସ୍ୱାଇଁ,ପୁରୀ ବିଧାନସଭା ସଭାନେତ୍ରୀ ସନ୍ଧ୍ୟାରାଣୀ ଦାଶ, ଲିପୁନ୍ ନାୟକ , ପିଙ୍କି ଦାଶ, ବଶିଷ୍ଠ ରଥ , ଅଭିଷେକ ପାଣିଗ୍ରାହୀ , ବିଭୂତି ମାଲିଆ , ଜନ୍ମଜେୟ ଜେନା , ଦ୍ୱେ ପ୍ରଧାନ, ପାର୍ବତୀ ପ୍ରଧାନ, ଈଶ୍ୱର ପ୍ରଧାନ ଆଦି ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ ।
