ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖ । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ତିନିରଥ ନିର୍ମାଣ କାର୍ଯ୍ଯ । ସୋମବାର ରଥ ନିର୍ମାଣର ୬୩ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସୋମବାର ତିନିରଥର ୧୨ ଟି କଣି ଫାଉଡା ନିର୍ମାଣ ଶେଷ ହୋଇଛି । ରବିବାର ସୁଦ୍ଧା ତିନିରଥର ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ରଥ ଉପରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା ।ତିନିରଥର ଚାରି ଗୋଟି ଲେଖାଏଁ ୧୨ ଗୋଟି ଦୁଆର ବେଢ଼ା ରୁ ଗତକାଲି ସୁଦ୍ଧା ତିନିରଥର ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଥିଲା । ଆଜି ଆଉ ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଛି।ତିନିରଥର ୧୨ ଟି ଲେଖାଏଁ କଣି ଫାଉଡା ନିର୍ମାଣ ଶେଷ ହୋଇଛି।ଏହି କଣି ଫାଉଡା ତିନିରଥ ଭୂଇଁ ର ଛ ‘ କାଠି କୋଣ ମାନଙ୍କରେ ସେଟିଙ୍ଗ ହୋଇ ଏହାର ଚାରି ପାର୍ଶ୍ୱରେ ବତା ବା ପତଳା କାଠ ବଟନ୍ ପାକାଜିବ, ରଥରେ କନା ପଡ଼ିଲା ବେଳେ ରଥର ଗୋଲାକାର ସେପ୍ ଆସିବା ସହ ରଥ କନା ଚିରି ନଥାଏ ।ତିନିରଥର ଚାରି କୋଣ ମାନଙ୍କୁ ଛାଡି ବେଦୀ ଚାରିପଟେ ପାରୁସ ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ତିନି ରଥକୁ ଦୁଆର ବେଢ଼ା ଉଠିଲା ପରେ, ଖାଲି ଥିବା ଏହି କୋଣ ଗୁଡିକରେ ପଟା ପଡିବା କାର୍ଯ୍ୟ ସମ୍ପନ୍ନ ହେବ।ଖପୁରୀ ସମେତ ପାରାଭାଡ଼ି କୁ ମିଶାଇ ବାକି ୧୨ ପରାସ୍ତ ପୋଟଳ ରଥ ଉପରକୁ ଉଠିବା କାର୍ଯ୍ୟ।ତିନିରଥର ୪ ଟି ଲେଖାଏଁ ଦୁଆର ବେଢ଼ା ରଥ ଉପରକୁ ଉଠିବା କାର୍ଯ୍ୟ।ତିନିରଥ କୁ ବଡ଼ କଳସ ଉଠି,ସେଥିରେ ଓଲଟ ଶୁଆ ଦ୍ୱୟ ଙ୍କ ସଂସ୍ଥାପନ କାର୍ଯ୍ୟ।ତିନି ରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ପଛ ଢ଼ମକରେ ୫ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି ବେଦୀ ପଟା ପଡ଼ି ବେଦୀ ସିଂହାସନ ପ୍ରସ୍ତୁତ ହେବ।ତିନିରଥର ପ୍ରଭା ଫ୍ରେମ୍ ପ୍ରସ୍ତୁତ କାର୍ଯ୍ୟ। ସହ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ।ଘୋଡ଼ା, ସାରଥୀ ଙ୍କ ମରାମତି ତଥା ରଙ୍ଗ କାର୍ଯ୍ୟ ।କନକ ମୁଣ୍ଡି ରେ ପିତଳ ଚଦର ଆବରଣ ଫିଟିଙ୍ଗ କାର୍ଯ୍ୟ।ତିନିରଥର କନା ପଡ଼ିବା କାର୍ଯ୍ୟ ବିଜେ ଚକା ନିର୍ମାଣ କାର୍ଯ୍ୟ ସବୁ ରହିଛି ।

ରୂପକାର ସେବକ ମାନେ ତିନି ରଥର ୧୨ ଟି ନାଟ ଗୋଡ଼ରେ ରୂପ ଖୋଦେଇ ଶେଷ କରି ବାକି ୧୨ ଗୋଟି ନାଟ ଗୋଡ଼ରେ ରୂପ ଖୋଦେଇ ଜାରୀ ରଖିବାସହ ରୂପ ଖୋଦେଇ ଶେଷ ହୋଇଥିବା କନ୍ଦର୍ପ ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ସହ ରୂପ ଗୁଡିକରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଧୂଳି ଦଣ୍ଡା ପାଇଁ ଅଗ ପାତେଳୀ ଚଉରସ କଣ୍ଟା ଏବଂ ଓଲଟ ଶୁଆ ପାଇଁ ନରାଜ କଣ୍ଟା ନିର୍ମାଣ ଶେଷ କରି ତିନିରଥର ଘୋଡ଼ା, ସାରଥୀ ବାଗିଆ କଣ୍ଟା ଜଏଣ୍ଟ ସ୍ଥାନ ରେ ମରାମତି କାର୍ଯ୍ୟ ପାଇଁ ନିର୍ମାଣ ସହ ରଥ ଚକ୍ ସୁରକ୍ଷା ପାଇଁ ଲୁହା ପ୍ଲେଟ୍ ଫିଟିଙ୍ଗ କାର୍ଯ୍ୟ ସହ ତିନିରଥର ଦଣ୍ଡା ରେ ଗୁଜ ଜଏଣ୍ଟ ଗୁଡିକରେ ଏଲ କ୍ଲାମ୍ପ ଫିଟିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।ଚିତ୍ରକାର ସେବକ ମାନେ ତିନିରଥର ନାଟ ଗୋଡ଼ର ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବ ଦେବୀ ମୂର୍ତ୍ତି,ହଂସ ପଟା,କନ୍ୟା ପଟା, ଶିଖର ଡମ୍ବରୁ, ଓଲଟ ଶୁଆ, ସହ ରଥ ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ସ୍ନାନ ଯାତ୍ରା ପାଇଁ ସ୍ନାନ ମଣ୍ଡପ ଉପରେ ରୁନ୍ଧା କାର୍ଯ୍ୟ ପାଇଁ ଅଞ୍ଜନା କାଠି ପ୍ରସ୍ତୁତ ଶେଷ କରି ରଥ ଯାତ୍ରା ରେ ମହାପ୍ରଭୁଙ୍କ ସେବା ପୂଜା ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।ତିନିରଥ ର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୪ଜଣ ,ରୂପକାର ସେବକ ୨୧ଜଣ , କରତୀ ସେବକ ୪ଜଣ, ଓଝା କମାର ସେବକ ୨୦ଜଣ,ତୁମ୍ବ ବିନ୍ଧ କାରୀଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୨୫ଜଣ, ରଥଖଳା ସହାୟକ ୧ଜଣ ମୋଟ – ୨୨୭ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।
