କଟକ: କଟକ ବିରୂପା ନଦୀରେ ବୁଡ଼ି ଯୁବକ ନିଖୋଜ। କଟକ ଏସସିବି ମେଡିକାଲର ସମ୍ପ୍ରସାରଣ କାମରେ କାର୍ଯ୍ୟରତ ଶ୍ରମିକ ବିରୂପା ନଦୀରେ ଗାଧୋଉଥିବା ସମୟରେ ପାଣି ବୁଡ଼ି ନିଖୋଜ ହୋଇ ଯାଇଥିଲେ। ପରେ ଚୌଦ୍ୱାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଗତକାଲି ଖଌଞ ଠିକା ସଂସ୍ଥାର ଅସ୍ଥାୟୀ ବସ୍ଥିରେ ରହୁଥିବା ଚାରିଜଣ ଯୁବକ ବିରୂପା ନଦୀରେ ଗାଧୋଉଥିବା ସମୟରେ ଗଭୀର ଜଳ ରେ ବୁଡ଼ି ଯାଇଥିଲେ। ୩ ଜଣ ଯୁବକ ପଂହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ଜଣେ ଯୁବକ ପାଣିରେ ସ୍ରୋତରେ ଭାସି ଯାଇଥିଲା। ସୂଚନା ଅନୁସାରେ ଯୁବକର ଘର କୋରାପୁଟ ଜିଲ୍ଲା ବଡ଼ ନେରେକା ଲଷ୍ମୀ ପୁର ହୋଇଥିବା ବେଳେ ତାର ନାଁ ଜୋଥେସ ପ୍ରେପେକା ବୋଲି ଜଣା ପଡ଼ିଛି। ଆଜି ଚୌଦ୍ୱାର ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ ପରେ ବି ମିଳି ପାରିନି ଯୁବକର ସନ୍ଧାନ। ଏପର୍ଯ୍ୟନ୍ତ ଦମକଳ ବାହିନୀର ଗୋଟେ ଟିମ ଓ ଓଡ୍ରାପର ଗୋଟେ ଟିମ୍ ଖୋଜା ଖୋଜି ଜାରି ରଖିଛନ୍ତି।
