ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା

Spread the love

ଭୁବନେଶ୍ୱର(ବ୍ୟୁରୋ) ସ୍କୁଲ ପିଲାମାନଙ୍କୁ ମାଗଣା ବସ ସେବା ଯୋଗାଇଦେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ଏହି ସେବା ମିଳିବ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ସରକାରଙ୍କ ଅନୁମୋଦନ ପରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରଯାଇଛି। ସ୍କୁଲରେ ଡ୍ରପଆଉଟ(ଅଧାରୁ ପାଠ ଛାଡ଼ିବା) ହ୍ରାସ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି। ଉଭୟ ଏସି(ଶୀତତାପ ନିୟନ୍ତ୍ରିତ ଏବଂ ଅଣ ଶୀତତାପ ନିୟନ୍ତ୍ରିତ) ବସରେ ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣାରେ ସ୍କୁଲକୁ ଯାଆସ କରିପାରିବେ। ବସରେ ଯାତ୍ରା ସମୟରେ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ସହିତ ପରିଚୟପତ୍ର ପାଖରେ ରଖିବା ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ପକ୍ଷରୁ ବର୍ତ୍ତମାନର ବସ୍ ରୁଟ୍ ଏବଂ ଟାଇମିଂରେ ସଂଶୋଧନ କରାଯିବ। ସଂଶୋଧିତ ରୁଟ୍‌ରେ ସର୍ବାଧିକ ସ୍କୁଲ ଥିବା କୁ ସାମିଲ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!