ସାହାରପଡା : ରଜ ପର୍ବ ମହୋତ୍ସବ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ୪୦ ରୁ ଅଧିକ ସଙ୍ଗୀନ ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ହୋଇଥିବା ୮.୧୮ ଲକ୍ଷ ଟଙ୍କା ଡକାୟତି ଘଟଣାରେ ତାକୁ ଗିରଫ କରାଯାଇଥିଲା। ମହୁଲଡିହା ଜଙ୍ଗଲରେ ଲୁଚାଯାଇଥିବା ସାମଗ୍ରୀ ଉଦ୍ଧାର ବେଳେ ସେ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା। ପୋଲିସର ଜବାବୀ ଗୁଳି ବର୍ଷଣରେ ତାର ଗୋଡ଼ରେ ଗୁଳି ବାଜିଥିଲା। ବର୍ତ୍ତମାନ ସେ ଧରଣୀଧର ମେଡିକାଲ କଲେଜରେ ଚିକିତ୍ସିତ ହେଉଛି।
