କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରତିଥର ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥାଏ । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ପକ୍ଷ ମଧ୍ୟ ସମସ୍ତ ବିଭାଗର ମିଳିତ ଉଦ୍ୟମରେ ପାଳନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଉଛି। ବିନା ହେଲମେଟରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଲାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥିର କରାଯାଉଛି। କିନ୍ତୁ ସବୁ ଯେମିତି ବୃଥା ପାଲଟିଛି। ସଡ଼କ ଦୁର୍ଘଟଣା ହାର କ୍ରମଶଃ ବୃଦ୍ଧି ପାଉଛି। ପୂର୍ବବର୍ଷ ଗୁଡିକରେ ଗୋଟିଏ ବର୍ଷରେ ୧୫୦ରୁ ୧୭୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ୨୦୨୫ ବର୍ଷ ଶେଷସୁଦ୍ଧା ୨୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ବେପରୁଆ ଏବଂ ଦୃତଗତିରେ ବାଇକ୍ ଓ ଚାରି ଚକିଆଯାନ ଚଳାଇବା ଦୁର୍ଘଟଣାର ପ୍ରମୁଖ କାରଣବୋଲି କୁହାଯାଉଛି। ଅମାନିଆ ଓ ବେପରୁଆ ଗାଡ଼ି ଚାଳନାକୁ କେନ୍ଦ୍ରକରି ବାରମ୍ବାର ବୈଠକ ବସୁଛି, ଆଲୋଚନା ହେଉଛି କିନ୍ତୁ ମୂଲ୍ୟହୀନ ହୋଇପଡୁଛି। ପ୍ରତି ବୈଠକରେ ରାସ୍ତାରେ ଥ?ିବା ବ୍ଲାକସ୍ପଟ୍ ଅଞ୍ଚଳର ସମସ୍ୟା ପୂର୍ତ୍ତବିଭାଗ ଓ ଜାତୀୟ ରାଜପଥ ବିଭାଗ ସବୁ ଶୁଣୁଛନ୍ତି, ମତ ରଖୁଛନ୍ତି, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ଗତ ଦୁଇଦିନ ମଧ୍ୟରେ ୩ଜଣଙ୍କ ଜୀବନ ଦୁର୍ଘଟଣାରେ ଚାଲିଯାଇଛି। ଚା’ ଦୋକାନ ଭଳି ଭବାନୀପାଟଣା ସହର ଏବଂ ସହରତଳି ଅଞ୍ଚଳ ଏପରିକି ସମସ୍ତ ବ୍ଲକ ଗୁଡିକରେ ପ୍ରଚୁରମଦ ବିକ୍ରି ଜନସାଧାରଣଙ୍କୁ ନିଶାସକ୍ତ ଅବସ୍ଥା ଗାଡ଼ି ଚଳାଇ ହେଉଛନ୍ତି ଦୁର୍ଘଟଣାର ଶିକାର ଚିନ୍ତାରେ ପକାଇଛି ଓ ମଦୁଆଙ୍କୁ ସାବାଡ କରିବା ପାଇଁ ଯେତେ ପ୍ରକାର ନୀତି ନିୟମ ପରିବହନ ବିଭାଗ ଆପଣଉଛି ତାହା କାମରେ ଆସୁନି। ଜିଲ୍ଲା ପ୍ରଶାସନ ଏ ଦିଗରେ ଅଧିକ ଉଦ୍?ବେଗ ପ୍ରକାଶ କରି ଦୃଢ଼ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
