ପୁରୀ: ସାରା ଦେଶରେ ଆଗେଇ ଚାଲିଛି ନିଶା ମୁକ୍ତ ଭାରତ ଅଭିଯାନ । ଅନୁରୂପ ଭାବରେ ପୂରୀ ଜିଲ୍ଲା ପ୍ରଶାସନ ସହାୟତାରେ ଓ ନାରୀ ମଙ୍ଗଳ ମହିଳା ସମିତି ଆୟୋଜନରେ ଏହି ଅଭିଯାନ ଶୁକ୍ରବାର ସ୍ଥାନୀୟ ୟୁଥ ହଷ୍ଟେଲଠାରେ ପାଳିତ ହୋଇଯାଇଛି ପ୍ରଥମେ ଗୋଟିଏ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଏହି ରାଲି ଜିଲ୍ଲା ଖାଉଟି ସମାଧାନ ମଞ୍ଚ ଠାରୁ ବାହାରି ୟୁଥ ହଷ୍ଟେଲ ପର୍ଯ୍ୟନ୍ତ ନିଶା ମୁକ୍ତ ବାର୍ତ୍ତା ଯୁକ୍ତ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଇଥିଲେ । ରାଲିରେ ସ୍ଥାନୀୟ ମହିଳା, ଛାତ୍ର ଛାତ୍ରୀ, ନେହେରୁ ଯୁବ କେନ୍ଦ୍ରର ସଂଯୋଜକ,ସଂଯୋଜିକା ଓ ସ୍ୱେଛାସେବୀ ସେବୀ ମାନେ ଯୋଗ ଦେଇଥିଲେ । ପରେ ୟୁଥ ହଷ୍ଟେଲ ସଭା ଗୃହରେ ଏକ ସଚେତନ ବୈଠକର ଆୟୋଜନ କରାଯାଇଥିଲା । ଅତିଥି ମାନେ ନିଶା ମୁକ୍ତ ଅଭିଯାନ ର ବାର୍ତା ଓ ଉଦେଶ୍ୟ ବିଷୟରେ ବୁଝାଇଥିଲେ । ଏହି ଆଲୋଚନାରେ ଅତିଥିଭାବେ ବୃନ୍ଦାବନ ପ୍ରଧାନ, ସାମାଜିକ କର୍ମୀ, ପ୍ରଦିପ୍ତ ଦତ୍ତ, ଲେଖକ ଓ ସାମାଜିକ କର୍ମୀ, ଅଧ୍ୟାପକ ବୈକୁଣ୍ଠ ନାଥ ପୃଷ୍ଟି ମଂଚାସୀନ ଥିବାବେଳେ ଗୁଣନିଧି ବରାଳ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ନିଶା ନିବାରଣକୁ ଅଧିକ ଶକ୍ତିଶାଳୀ କରିବାପାଇଁ ଶପଥ ପାଠ କରାଯାଇଥିଲା । ନିଶା ନିବାରଣ ବାର୍ତ୍ତାକୁ ନେଇ ସହର ର ବିଭିନ୍ନ ସ୍ଥାନରେ ଦାସକାଠିଆ ପରିବେଷଣ କରାଯିବା ସହିତ ସଚେତନତା ନିମନ୍ତେ ଦସ୍ତଖତ ସଂଗ୍ରହ କରାଯାଇଥିଲା ।
