ବାରିପଦା : ତିରିଂ ଥାନା, ଯଶିପୁର ପଞ୍ଚାୟତ,କୁଦରସାହି ଗ୍ରାମ୍ୟ ରାସ୍ତାରେ ଆଜି ସକାଳ ୭.୩୦ ସମୟରେ ଏକ ଘରୋଇ ବସ ସହ ଏକ ବାଇକ୍ ର ଆମନା ସାମନାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ତିରିଂ ଥାନା ଅଞ୍ଚଳର ବଡସାଦମ ଗ୍ରାମର ସାରଗାମ ପୁରୁଙ୍କ ଏକ ମାତ୍ର ପୁଅ ଆସନ୍ତୁ ଟୁଡୁ(୨୫) କୌଣସି ବ୍ୟକ୍ତିଗତ କାମରେ ବାଇକ୍ (ଔଐ୦ଚ୮୯୩୪) ଯୋଗେ ଝରାଡିହି ଅଞ୍ଚଳକୁ ଯାଉଥିବାବେଳେ ସାମନା ପଟୁ ଗୋରୁମହିଷାଣି ଥାନା ଅନ୍ତର୍ଗତ ଗୁହାଳଡାଙ୍ଗିରୁ ଟାଟା ନଗର ଯାଉଥିବା ଘରୋଇ ବସ୍ ରାଜୁରାଜା ବସ୍ ( ଔଐଙ୫ଉଚ୧୯୫୦)ସହିତ ମୁହାଁମୁହିଁହେବା ଫଳରେ ବାଇକ ଚାଳକ ରାସ୍ତାରେ ଛିଟିକିପଡି ରକ୍ତଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ ।ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଝରାଡିହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣା ଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପରେ ତିରିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ କେଶ ନଂ ୧୦୩/୨୬ ମୂଳେ ଏକ ମାମଲା ରୁଜୁ କରି ମୃତକକୁ ରାଇରଙ୍ଗପୁର ରେ ଶବ ବ୍ୟବଚ୍ଛେଦ କରାଇ ପରାବାର୍ୱର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତ ଆସନ୍ତୁ ଟୁଡୁ ଜଣେ ଯୁବ କଳାକାର ,ଆଲବମ ହିରୋ ,ମେଳାପି,ମିଷ୍ଟଭାଷୀ ଯୁବ ସମାଜସେବୀ ଥିଲେ । ତାଙ୍କ ଅକାଳ ବିୟୋଗରେ ତିରିଂ ୍ୱହଳଦା ଯାତ୍ରା ଅଞ୍ଚଳରେଯୁବ କଳାକାରମାନଙ୍କ ମହଲରେ ଶୋକରେ ଛାୟା ଖେଳିଯାଇଛି ।ବାପା ସାରଗାମ ଏବଂ ତାଙ୍କ ପତ୍ନୀ ଏକମାତ୍ର ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
