ନୂଆଦିଲ୍ଲୀ: ଅଗ୍ନିବୀରମାନଙ୍କ ପ୍ରଥମ ବ୍ୟାଚ୍ ବିଦାୟ ନେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ସେବା ଅବଧିରେ ୨ ବର୍ଷର ବୃଦ୍ଧି ଘୋଷଣା କରିଛନ୍ତି। ଏ ନେଇ ଘୋଷଣା କରିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣି। ସିଡିଏସ କହିଛନ୍ତି, ଯେଉଁ ଅଗ୍ନିବୀରମାନେ ସେମାନଙ୍କର ପ୍ରାରମ୍ଭିକ ଚାରି ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ, ସେମାନଙ୍କ ମଧ୍ୟରୁ ୨୫%ଙ୍କୁ ନିୟମିତ ସୈନିକ ଭାବରେ ନିଯୁକ୍ତ କରାଯିବ। ବାକି ୭୫%ଙ୍କ କ୍ଷେତ୍ରରେ, ଭାରତୀୟ ପ୍ରତିରକ୍ଷା ବାହିନୀ ସୁପାରିଶ କରିଛି—ଏବଂ କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛି—ଯେ ସେମାନଙ୍କୁ ଦୁଇ ବର୍ଷର ଅତିରିକ୍ତ କାର୍ଯ୍ୟକାଳ ପ୍ରଦାନ କରାଯାଉ।’ ସେ ଆହୁରି ମଧ୍ୟ କହିଛନ୍ତି, ଏହି ଦୁଇ ବର୍ଷର ଅତିରିକ୍ତ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପରେ, ଇଚ୍ଛୁକ ଅଗ୍ନିବୀରମାନଙ୍କୁ ସଶସ୍ତ୍ର ବାହିନୀରେ ନିୟମିତ ସୈନିକ ଭାବରେ ଅନ୍ତର୍ଭୁକ୍ତ କରାଯାଇପାରିବ, କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ଚୟନ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ତିନି ସେନା ବାହିନୀ (ସ୍ଥଳ, ବାୟୁ ଓ ନୌସେନା) ନଭେମ୍ବର ମଧ୍ୟଭାଗରୁ ପର୍ଯ୍ୟାୟକ୍ରମେ ସେମାନଙ୍କ ପ୍ରଥମ ବ୍ୟାଚର ୭୫% ଅଗ୍ନିବୀରଙ୍କୁ ସେବାରୁ ମୁକ୍ତ କରିବାକୁ ପ୍ରସ୍ତୁତ ହେଉଥିଲେ। ନିଜର ଚାରି ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ପରେ, ଡିସେମ୍ବର ୩୧ ସୁଦ୍ଧା ୧୮,୩୦୦ରୁ ଅଧିକ ଅଗ୍ନିବୀର ସଶସ୍ତ୍ର ବାହିନୀରୁ ବିଦାୟ ନେବାର ଥିଲା। “ଅଗ୍ନିପଥ’ ନିଯୁକ୍ତି ମଡେଲ୍—ଯାହା ଅଧିକାରୀ ପଦବୀ ତଳେ ଥିବା କର୍ମଚାରୀଙ୍କ କାର୍ଯ୍ୟକାଳ ହ୍ରାସ କରୁଥିବା ଏବଂ ସେମାନଙ୍କୁ କମ୍ ସୁବିଧା ପ୍ରଦାନ କରୁଥିବା କାରଣରୁ ଦୀର୍ଘ ଦିନ ଧରି ଏକ ରାଜନୈତିକ ବିବାଦର ବିଷ ତିନୋଟି ସେନା ବିଭାଗ ବିଭିନ୍ନ ଭୂମିକାରେ ଅଗ୍ନିବୀରମାନଙ୍କ କାର୍ଯ୍ୟଦକ୍ଷତା ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଧିକାରୀମାନେ ପୂର୍ବରୁ କହିଥିଲେ ଯେ, ଭବିଷ୍ୟତରେ ଏହି ଯୋଜନାରେ କିଛି ପରିବର୍ତ୍ତନ କରାଯାଇପାରେ, ଯାହାଦ୍ୱାରା ବିଶେଷ ଦକ୍ଷତା ଥିବା ଅଧିକ ଅଗ୍ନିବୀରଙ୍କୁ ସେନାରେ ରଖାଯାଇପାରିବ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସ୍ଥଳସେନାରେ ପ୍ରାୟ ୨,୭୦,୦୦୦, ଭାରତୀୟ ବାୟୁସେନାରେ ପ୍ରାୟ ୨୭,୦୦୦ ଏବଂ ନୌସେନାରେ ପ୍ରାୟ ୨୧,୦୦୦ ଅଗ୍ନିବୀର ଅଛନ୍ତି। “ଅଗ୍ନିପଥ’ ମଡେଲ୍ ସେନାର ଦଶନ୍ଧି ପୁରୁଣା ନିଯୁକ୍ତି ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଜୁନ୍ ୨୦୨୨ରେ ଏହି ନୂତନ ଯୋଜନା ଘୋଷଣା କରିବା ସମୟରେ, ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ ସରକାର ପୂର୍ବ ବ୍ୟବସ୍ଥାକୁ ହଟାଇ ଏହାକୁ ଲାଗୁ କରିଥି
