ନୂଆଦିଲ୍ଲୀ: ଆୟୋଜକମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ଦିଲ୍ଲୀ ପୋଲିସ ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟ ପାଇଁ ଅନୁମତି ପ୍ରଦାନ କରିଛି। ଅଧିକାରୀମାନେ ଜଣାଇଛନ୍ତି ଯେ, ଏକାଧିକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକଗୁଡ଼ିକରେ ଆୟୋଜକମାନେ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତାକୁ ଦୂର କରିବା ପାଇଁ ବିସ୍ତୃତ ଯୋଜନା ଉପସ୍ଥାପନ କରିଥିଲେ। ଏହି ଅନୁମତି ଏପରି ଏକ ସମୟରେ ମିଳିଛି ଯେତେବେଳେ ଚଳିତ ସପ୍ତାହ ଆରମ୍ଭରେ ଏହି କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ସୂଚନା ଅନୁଯାୟୀ, ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ, ପର୍ବପର୍ବାଣିର ସମୟ ଏବଂ ଆଇନଶୃଙ୍ଖଳା ରକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ଦାୟିତ୍ୱକୁ ଦର୍ଶାଇ ପୋଲିସ ପୂର୍ବରୁ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା। ଅକ୍ଟୋବର ୩୦ ତାରିଖରେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦିଲଜିତ୍ଙ୍କ ଏହି କାର୍ଯ୍ୟକ୍ରମ, ତାଙ୍କର “ଅରା ଇଣ୍ଡିଆ ଟୁର୍ ୨୦୨୬’ର ଏକ ଅଂଶ ଅଟେ। ପୂର୍ବରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଦିଲ୍ଲୀର ଡେପୁଟି କମିଶନର ଅଫ୍ ପୋଲିସ୍ଙ୍କ କାର୍ଯ୍ୟାଳୟରୁ ଟିକେଟ୍ ବିକ୍ରୟ ପ୍ଲାଟଫର୍ମ “ବୁକ୍ମାଇଶୋ’କୁ ଏକ ଚିଠି ଲେଖାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ସମ୍ଭାବ୍ୟ ବିପଦ ସମ୍ବନ୍ଧୀୟ ସୂଚନା ଏବଂ ପର୍ବପର୍ବାଣି ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅନୁମତି ଦିଆଯାଇପାରିବ ନାହିଁ। ଏହା ବ୍ୟତୀତ, ରାଜଧାନୀରେ ଆଇନଶୃଙ୍ଖଳା ରକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟ ରହିଥିଲା। କାର୍ଯ୍ୟକ୍ରମ ସ୍ଥଳରେ ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ, ସୁରକ୍ଷା ବ୍ୟବସ୍ଥା ଏକ ମୁଖ୍ୟ ଚିନ୍ତାର ବିଷୟ ଥିଲା। ତେବେ, ଆୟୋଜକମାନଙ୍କ ସହ ଏକାଧିକ ବୈଠକ ଏବଂ ସେମାନଙ୍କର ସୁର ଏହି ବର୍ଷ, ଇମତିଆଜ ଅଲିଙ୍କ ଚଳଚ୍ଚିତ୍ର “ମେଁ ବାପସ୍ ଆଉଙ୍ଗା’ପାଇଁ ମଧ୍ୟ ଦିଲଜିତ୍ ପ୍ରଶଂସା ଲାଭ କରିଛନ୍ତି। ଦିଲଜିତ୍ ଦୋସାଞ୍ଜଙ୍କ ପରବର୍ତ୍ତୀ ପ୍ରମୁଖ ଚଳଚ୍ଚିତ୍ର ହେଉଛି ପଞ୍ଜାବୀ ହାସ୍ୟରସାତ୍ମକ ଚଳଚ୍ଚିତ୍ର “ରନ୍ନା ଚ ଧନ୍ନା’, ଯାହା ୨୦୨୭ ମସିହା ଜୁନ୍ ୨୫ ତାରିଖରେ ବିଶ୍ୱବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
