ଜୟପୁର: ବୁଧବାର ଦିନ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ପାଇଲଟ୍ ଭୁଲବଶତଃ ଏକ ହାଇଜାକ୍ ଆଲର୍ଟ ପଠାଇବା ବରେ ଆତଙ୍କ ଖେଳିଯାଇଥିଲା। ଏହା ଫଳରେ ସୁରକ୍ଷା ସମ୍ବନ୍ଧୀୟ ଆଶଙ୍କା ସୃଷ୍ଟି ହୋଇଥିଲା ଏବଂ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଥିଲେ। ବିମାନଟିର ଗତିପଥ ବଦଳାଇ ଜୟପୁର ବିମାନବନ୍ଦରକୁ ନିଆଯାଇଥିଲା ଏବଂ ସେଠାରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ସକାଳ ସମୟରେ ଏଆଇ-୨୦୩୦ ବିମାନଟି ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଯାଉଥିବା ବେଳେ ଅହମଦାବାଦ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ କିଛି ସେକେଣ୍ଡ ପାଇଁ ହାଇଜାକ୍ ଆଲର୍ଟ ପାଇଥିଲା, ଯାହା ତୁରନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରିଦେଇଥିଲା। ଏହି ଆଲର୍ଟ ଯୋଗୁଁ ବିମାନକୁ ଜୟପୁର ବିମାନବନ୍ଦରକୁ ନିଆଯାଇଥିଲା ଏବଂ ସକାଳ ପ୍ରାୟ ୯:୪୫ ସମୟରେ ଜରୁରୀକାଳୀନ ଅବତରଣ ପରେ ଏହାକୁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଥିଲା। ପାଇଲଟ୍ ଏହି ଦାବିକୁ ଖଣ୍ଡନ କରିଛନ୍ତି ଏବଂ ଜୋର୍ ଦେଇ କହିଛନ୍ତି ଯେ ସେ ଭୁଲବଶତଃ ଏହି ଆଲର୍ଟ ସକ୍ରିୟ କରିନଥିଲେ। ପୋଲିସ୍ ସୂତ୍ର ଅନୁଯାୟୀ, ପାଇଲଟ୍ ଭୁଲବଶତଃ ବଟନ୍ ଦବାଇବା ପରେ ଏହି ହାଇଜାକ୍ ଆଲର୍ଟ ଜାରି କରାଯାଇଥିଲା। ବିମାନ ଚଳାଚଳ କ୍ଷେତ୍ରରେ, “ଝକ୍ତଙ୍କବଙ୍ଗଳ-୭୫୦୦’ କୋଡ୍ ବିମାନ ଅପହରଣ କିମ୍ବା ବିମାନକୁ ବେଆଇନ ଭାବେ କବ୍ଜା କରିବାର ସଙ୍କେତ ଦେବା ପାଇଁ ବ୍ୟବହୃତ ହୁଏ। ସୁରକ୍ଷା ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତିରେ ବିମାନଗୁଡ଼ିକୁ ଆଇସୋଲେସନ୍ ବେରେ ରଖାଯାଏ ଯାହାଦ୍ୱାରା ସୁରକ୍ଷା ଏଜେନ୍ସିଗୁଡ଼ିକ ସେଗୁଡ଼ିକୁ ଯାଞ୍ଚ କରିପାରିବେ ଏବଂ ଅନ୍ୟ ବିମାନଗୁଡ଼ିକଠାରୁ ଅଲଗା ରଖିପାରିବେ। ପ୍ରାଥମିକ ପଚରାଉଚରା ସମୟରେ, ଏହି କୋଡ୍ ଭୁଲବଶତଃ ସକ୍ରିୟ ହୋଇଥିବ “ଝକ୍ତଙ୍କବଙ୍ଗଳ ୭୫୦୦’ ହେଉଛି ଏକ ଆନ୍ତର୍ଜାତୀୟ ଟ୍ରାନ୍ସପୋଣ୍ଡର କୋଡ୍, ଯାହାର ଅର୍ଥ ହେଉଛି ବିମାନଟି ବେଆଇନ ହସ୍ତକ୍ଷେପର ଶିକାର ହୋଇଛି – ଯେପରିକି ବିମାନ ଅପହରଣ କିମ୍ବା ଜବରଦସ୍ତି ନିୟନ୍ତ୍ରଣକୁ ନେବା। ଏହି କୋଡ୍ଗୁଡ଼ିକରେ ୦ ରୁ ୭ ପର୍ଯ୍ୟନ୍ତ ଅଙ୍କ ବ୍ୟବହାର କରାଯାଏ ଏବଂ ଏହା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମରେ ବିମାନ ପାଇଁ ଏକ ପରିଚୟ ସଂଖ୍ୟା ଭାବରେ କାର୍ଯ୍ୟ କରେ।
