ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ବୁଧବାର ଦିନ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଜେଲ୍ ପଠାଯିବା ଘଟଣାକୁ କାପୁରୁଷୋଚିତ କାର୍ଯ୍ୟ ବୋଲି କହିଛନ୍ତି। ସେ ଜନ୍ତର ମନ୍ତରକୁ ପୁନର୍ବାର ହାସଲ କରିବାକୁ ସଂକଳ୍ପ ନେଇଛନ୍ତି କାରଣ ଏହି ଆନ୍ଦୋଳନରେ ସାମିଲ ଥିବା ସମସ୍ତ ଦଳ ସମାନ ଉଦ୍ଦେଶ୍ୟ ପାଇଁ ଲଢ଼ୁଛନ୍ତି। ସିଜେପିର ବିକ୍ଷୋଭ ଉପରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି, “ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସମୟରେ ଜନ୍ତର ମନ୍ତରରେ ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ। ଏଥିପାଇଁ ଯୁବକମାନଙ୍କୁ ଜେଲ୍ ପଠାଇବା ଏକ କାପୁରୁଷୋଚିତ କାର୍ଯ୍ୟ।’ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସମୟରେ ଜନ୍ତର ମନ୍ତରରେ ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ।’ “ଏଥିପାଇଁ ଯୁବକମାନଙ୍କୁ ଜେଲରେ ପକାଇବା ଏକ କାପୁରୁଷୋଚିତ କାର୍ଯ୍ୟ,’ ବୋଲି ରାହୁଲ ଗାନ୍ଧୀ “ଏକ୍ସ’ (ଢ) ରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି। ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ସମର୍ଥନ ପାଇଁ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନ୍ୟାୟିକ ହେପାଜତ ନିର୍ଦ୍ଦେଶ ଉପରେ ପ୍ରତିକ୍ରିୟା ରଖି ଦୀପକେ କହିଛନ୍ତି ଯେ ସେ ଦେଶକୁ ନେଇ ଚିନ୍ତିତ ଏବଂ ପ୍ରଶ୍ନ କରିଛନ୍ତି ଯେ କେବେଠାରୁ ତ୍ରିରଙ୍ଗା ଉଡ଼ାଇବା ଶାନ୍ତି ଭଙ୍ଗ କରିବା ସହ ସମାନ ହୋଇଗଲା।
