ବାଲୁଗାଁ: ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ଢ଼ାବା ଓ ବାଣପୁର ଥାନା ଅନ୍ତର୍ଗତ ଅନ୍ତର୍କିଆରି କେନାଲ ରୋଡ ନିକଟରେ ଚଢାଉ କରି ୯୦ ଲିଟରରୁ ଉର୍ଦ୍ଧ୍ୱ ଆସ୍କା ଫର୍ଟି,ଦେଶୀ ଓ ବିଦେଶୀ ମଦ ଏବଂ ଗୋଟିଏ ସ୍କୁଟି ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଥିବା ଜଣାପଡିଛି।ସମସ୍ତ ଜବତ ସାମଗ୍ରୀର ଆନୁମାନିକ ମୁଲ୍ୟ ୭୨ ହଜାର ୪୦୦ ଟଙ୍କା ହେବ ବୋଲି ଜଣାପଡିଛି।ଅଭିଯୁକ୍ତ ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ଢ଼ାବା ଠାରେ ନୂଆଗଡ ଗ୍ରାମର କଂଗ୍ରେସ ପଲେଇଙ୍କ (୫୮) ନିକଟରୁ ୪.୬ ଲିଟର ଆସ୍କା ଫର୍ଟି ଓ ଦାଶରଥି ସୁରଙ୍କ (୪୧) ନିକଟରୁ ୪.୮୬ ଲିଟର ବିଦେଶୀ ମଦ ଜବତ କରିଥିବା ବେଳେ ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରି କେନାଲ ରୋଡ ଠାରେ ଅନ୍ୟ ଅଭିଯୁକ୍ତଙ୍କ ନିକଟରୁ ୮୦ ଲିଟର ଦେଶୀ ମଦ ଓ ସ୍କୁଟି ଜବତ ହୋଇଥିବା ବେଳେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୪/୨୬-୨୭, ୩୬/୨୬-୨୭ ରେ ମାମଲା ରୁଜୁକରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୩୫/୨୬-୨୭ ରେ ମାମଲା ରୂଜୁକରି ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଟାଙ୍ଗୀ ଅବକାରୀ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରାମଚନ୍ଦ୍ର ଜେନା,କନେଷ୍ଟବଳ ରଞ୍ଜିତ ପଟେଲ,ସତ୍ୟବନ୍ତ ମାଝୀ,ସୁନିତା ମହାରଣା,ମନୋଜ କୁମାର ଜୟସିଂହ ପ୍ରମୁଖ ସାମିଲ ଥିଲେ।
