ବାଲିଗୁଡା: ବେଲଘର ରେଞ୍ଜ ଝିରିପାଣି ପଂଚାୟତ ର ଶିମିଳିପଦର ଜଙ୍ଗଲ ରେ ଚିକିତ୍ସାଧିନ ଅବସ୍ଥାରେ ଦନ୍ତା ହାତୀ ର ମୃତ୍ୟୁ ଘଟଣା।ରକ୍ତ ସଂକ୍ରମଣ ରୁ ନଅ ବର୍ଷ ର ଦନ୍ତା ହାତୀ ର ମୃତ୍ୟୁ ହୋଇଥିବା ଶବ ବ୍ୟବଛେଦ ପରେ ପ୍ରାଥମିକ ରିପୋର୍ଟ ରୁ ସୂଚନା ମିଳିଥିବା କହିଛନ୍ତି ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ।ପ୍ରଥମେ ବଲାଙ୍ଗୀର ବନାଞ୍ଚଳ ରେ ବାରହା ଶୀକାର ପାଇଁ ଶିକାରୀ ରଖିଥିବା ବୋମା ଗିଳିବା ପରେ ହାତୀ ର ମୁହଁ ରେ ବିସ୍ପୋରଣ ହୋଇଥିଲା । ପରେ ଗତ ୭ ଏପ୍ରିଲ ରେ କଳାହାଣ୍ଡି ବନାଞ୍ଚଳ ରେ ଦନ୍ତା ହାତୀ ଟି ପ୍ରବେଶ କରିଥିଲା ।ଦନ୍ତା ହାତୀ ର ଚିକିତ୍ସା କଳାହାଣ୍ଡି ବନାଞ୍ଚଳ ପକ୍ଷରୁ କରିବା ପରେ ୧୩ ଏପ୍ରିଲ ରେ କନ୍ଧମାଳ ର ବେଲଘର ବନାଞ୍ଚଳ କୁ ପ୍ରବେଶ କରିଥିଲା ।ବୋମା ଫୁଟି ହାତୀ ର ମୁହଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ଯୋଗୁଁ ଖାଦ୍ୟପେୟ କରିବା ନେଇ ଆସାମର୍ଥ ରହିଥିଲା।ବୋମା ହାତୀ ର ମୁହଁ ରେ ଫୁଟିବା ପରେ ଶରୀର ସାରା ସଂକ୍ରମଣ ବଢିଥିଲା । ବେଲଘର ବନାଞ୍ଚଳ ରେ ଲଗାତାର ଚିକିତ୍ସା ଜାରୀ ପରେ ୧୭ ଏପ୍ରିଲ ରେ ହାତୀ ର ମୃତ୍ୟୁ ହୋଇଥିବା କହିଛନ୍ତି ବାଲିଗୁଡା ଡ଼ିଏଫଓ ।
