ପୁରୀ : ରାଜ୍ଯ ସରକାରଙ୍କ ଯୁବ କ୍ରୀଡା ବିଭାଗର ପ୍ରତ୍ଯେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଖେଳ ମଧ୍ଯରେ ଫୁଟବଲ, ଖୋ ଖୋ, ଭଲିବଲ ଓ କବାଡି ଖେଳ ହେଉଛି । ପୁରୀ ଜିଲ୍ଲାର ୧୧ ଟି ବ୍ଲକର କୋଣ ଅନୁକୋଣରେ ଲୁଚି ରହିଥିବା ଲୁକାୟିତ କ୍ରୀଡାବିତ ପ୍ରତିଭାକୁ ସର୍ବସାଧାରଣରେ ପରି ପ୍ରକାଶ ସହ ତାଙ୍କୁ ଦେଶର ଏକ ଶ୍ରେଷ୍ଠ କ୍ରୀଡାବିତ ଭାବେ ଗଢି ତୋଳାବା ଏହି ପ୍ରତିଯୋଗିତାର ଲକ୍ଷ ଓ ଉଦ୍ଦେଶ୍ଯ ନେଇ ସିଏମ ଟ୍ରଫି ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ରବିବାର ପୂର୍ବାହ୍ନରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀ, ଭାରତୀୟ ଖୋ ଖୋ ମହାସଂଘ ଫେଡେରେସନ ର ଉପସଭାପତି ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡ଼ା ସାଂସଦ ଉପସଭାପତି ରାମଚନ୍ଦ୍ର ଦାସମହାପାତ୍ର,ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶାରିରୀକ ଶିକ୍ଷା ଶିକ୍ଷକ ନେତା ନିହାର ରଞ୍ଜନ ପଲେଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି କ୍ରୀଡାବିତ ମାନଙ୍କୁ ପ୍ରତିଯୋଗିତାରେ ଉତ୍ସାହିତ କରିବା ସହ ପିଲାମାନଙ୍କ ସହ କରମର୍ଦ୍ଦନ କରି କବାଡି, ଭଲିବଲ ଖୋ ଖୋ ଓ ଫୁଟବଲ ଖେଳକୁ ଶୁଭାରମ୍ଭ କରିଥିଲେ । କାବାଡି ବାଳକ ବିଭାଗରେ ୧୦ଟି ଦଳରେ ୧୨୦ ଜଣ ବାଳକ ଓ ବାଳିକା ବିଭାଗରେ ୬ଟି ଦଳରେ ୭୨ ଜଣ ବାଳିକା । ଭଲିବଲ ବାଳକ ବିଭାଗରେ ୧୦ଟି ଦଳରେ ୧୨୦ ଜଣ ବାଳକ ଓ ବାଳିକା ବିଭାଗରେ ୬ଟି ଦଳରେ ୭୨ ଜଣ ବାଳିକା । ଖୋ ଖୋ ବାଳକ ବିଭାଗରେ ୧୦ ଟି ଦଳରେ ୧୫୦ ଜଣ ବାଳକ ଓ ବାଳିକା ବିଭାଗରେ ୬ଟି ଦଳରେ ୯୦ ଜଣ ବାଳିକା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ବାଳକ ବିଭାଗରେ ମୋଟ ୩୯୦ ଜଣ ବାଳକ ଅଂଶଗ୍ରହଣ କରିଥିବା ବେଳେ ବାଳିକା ବିଭାଗରେ ମୋଟ ୨୩୪ ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଭଲିବଲ ପର୍ଯ୍ୟବେକ୍ଷକ ସୁବୋଧ ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କ ଖେଳ ପ୍ରତିଯୋଗିତାକୁ ନିରୀକ୍ଷଣ କରୁଛନ୍ତି । ଭଲିବଲ କୋଚ ଶ୍ରୀକାନ୍ତ ନାୟକ, ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ କବାଡି କୋଚ ସଦାଶିବ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରୁଥିବା ବେଳେ ସୂର୍ଯ୍ୟନାରାୟଣ ଜେନା ସମସ୍ତ ଖେଳ ପ୍ରତିଯୋଗିତାକୁ ତଦାରଖ କରୁଛନ୍ତି । ୪ ଟି ବିଭାଗର ଖେଳ କୋଚ, ଅଫିସର, ରେଫରୀ ମାନେ ଉପସ୍ଥିତ ରହି ପ୍ରତିଯୋଗିତାରେ ସହଯୋଗ କରୁଛନ୍ତି । କ୍ରୀଡାବିତ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ, ଫାଷ୍ଟଏଡ ସେନ୍ଟର, ଖାଦ୍ୟ ପାନୀୟଜଳ ଓ ଅନ୍ୟାନ୍ୟ ସମସ୍ତ ସୁବିଧାସୁଯୋଗ ବ୍ୟବସ୍ଥା କରାଯାଇଛି । ଖେଳାଳୀମାନେ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ଶୃଙ୍ଖଳିତ ଭାବେ ଉତ୍ସାହର ସହ ଭଲ ଖେଳୁଥିବା ଦେଖିବାକୁ ମିଳିଥିଲା ।
