ବାରିପଦା: ମୟୁରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା – ଉଦଳା ମୁଖ୍ୟ ରାସ୍ତାର ନୁଆସାହି ବାଙ୍କ ନିକଟରେ ଏକ ବାଇକ ସୁରକ୍ଷା ବାଡରେ ଧକ୍କା ହୋଇ ଜଣେ ମୃତ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆରୋହୀ ଗୁରୁତର ଆହତ ହୋଇଥିବାର ଜଣା ପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ସାଲେଇବେଡା ମାଣିକ ସାହିର ୩ଜଣ ଯୁବକ ଏକ ବାଇକ ଙଊ ୦୯ଙ୍ଘ୬୦୮୫ ଯୋଗେ ଶରତ ଯାଉଥିଲେ । ହେଲେ ଏହି ଦୁର୍ଘଟଣା ରେ ସୁକୁରାମ ତିଉ (୨୪) ମୃତ୍ୟୁ ବରଣ କରିଥିବାବେଳେ ସାଗୁସକ୍ଷମଡ (୨୬) ଓ ସୋମନାଥ କେରାଇ (୨୩) ର ବୋଲି ଜଣାପଡିଛି । ତେବେ ଠାକୁରମୁଣ୍ଡା ପୋଲିସ ଶବ ବ୍ୟବଚ୍ଛେଦ ର ବ୍ୟବସ୍ଥା କରି ଘଟଣାର ଅଧିକ ତଦନ୍ତ କରୁଥିବାର ପ୍ରକାଶ ।
