ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଟ୍ରକ୍?କୁ ଧକ୍କା ଦେଇ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ରାଜବରହମପୁର ଅଞ୍ଚଳର ସରୋଜ କୁମାର ସାହୁ (୩୭)।ସୂଚନା ଅନୁଯାୟୀ, ସରୋଜ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଙଝଜଞଉ)ରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ସେ କେନ୍ଦୁଝର-ବାଲେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍?ରେ ଡ୍ରାଇଭର ଭାବେ ନିୟୋଜିତ ଥିଲେ। ଗତକାଲି ଡ୍ୟୁଟି ସାରି ଆଜି ଛୁଟି ନେଇ ନିଜ ମୋଟରସାଇକେଲ ଯୋଗେ କେନ୍ଦୁଝରରୁ ଘରକୁ ଫେରୁଥିବା ବେଳେ ବାଲିଯୋଡ଼ି ନିକଟରେ ସମ୍ମୁଖରୁ ଆସୁଥିବା ଏକ ୧୬ ଚକିଆ ଟ୍ରକ୍? ସହ ତାଙ୍କ ବାଇକ୍?ର ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍?ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସରୋଜ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଘଟଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍? ଓ ମୋଟରସାଇକେଲକୁ ଜବତ କରିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
