ପୁରୀ: ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାଭଳି ( ଏସଓପି) ଆଧାରରେ ଗତ ୨୫ ମାର୍ଚ୍ଚ ,୨୦୨୬ ଧାର୍ଯ୍ୟ ଅପରାହ୍ନ ୧୨.୦୯ ଶୁଭ ମୁହୂର୍ତ୍ତରେ ଚଳନ୍ତି ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ମୂଲ୍ୟବାନ ସାମଗ୍ରୀର କଡା ସୁରକ୍ଷା ମଧ୍ୟରେ ପବିତ୍ରତା ରକ୍ଷା ପୂର୍ବକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଦ୍ୱାର ଖୋଲାଯାଇ ଗଣତି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଆଜି ଏପ୍ରିଲ ୮,୨୦୨୬ ବୁଧବାର ଦିନଠାରୁ କଡ଼ା ସୁରକ୍ଷା ମଧ୍ୟରେ ପୁନରାରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ (ବାହାର ରତ୍ନଭଣ୍ଡାର) ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ପ୍ରକ୍ରିୟା। ବୁଧବାର ରତ୍ନଭଣ୍ଡାର ଅଳଙ୍କାର ଆଦିର ଗଣତି କାର୍ଯ୍ୟ ପାଇଁ ପ୍ରାଧିକୃତ ସଦସ୍ୟ ମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷ ଠାରେ ଧାର୍ଯ୍ୟ ସମୟରେ ଉପସ୍ଥିତ ହେବାପରେ, ରତ୍ନଭଣ୍ଡାର ସମ୍ପର୍କିତ ତଥ୍ୟର ଗୋପନୀୟତା ରକ୍ଷା ସମ୍ପର୍କରେ ବିଶେଷ କରି ଗଣତି ପ୍ରକ୍ରିୟାରେ ନୂତନ ଭାବେ ସାମିଲ ହୋଇଥିବା ପ୍ରାଧିକୃତ ସଦସ୍ୟକୁ ମାନଙ୍କୁ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟାରେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ କିପରି ଗୋପନୀୟତା ରକ୍ଷାପାଇଁ ଅଙ୍ଗୀକାରବଦ୍ଧ ହେବା ସେ ସମ୍ପର୍କରେ ସମ୍ୟକ ସୂଚନା ମୁଖ୍ୟ ପ୍ରଶାସକ ଦେବାପରେ ସମସ୍ତ ପ୍ରାଧିକୃତ ସଦସ୍ୟ ମାନେ ରତ୍ନଭଣ୍ଡାର ସମ୍ପର୍କିତ ତଥ୍ୟର ଗୋପନୀୟତା ରକ୍ଷା ପାଇଁ ଘୋଷଣାନାମା ଦେବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ଼. ଅରବିନ୍ଦ ପାଢୀ ଏବଂ ରତ୍ନଭଣ୍ଡାର ପାଇଁ ଗଠିତ ଉଚ୍ଚସ୍ଥରୀୟ କମିଟିର ଅଧକ୍ଷ ଙ୍କ ନେତୃତ୍ୱରେ ଜିଲାପାଳ,ଆରକ୍ଷୀ ଅଧିକ୍ଷକ ଅଧିକୃତ ବରିଷ୍ଠ ଅଧିକାରୀ,ଛତିଶା ନିଯୋଗ ନାୟକ, ରତ୍ନଭଣ୍ଡାର ସବ କମିଟି ସେବକ ସଦସ୍ୟ ଏବଂ ସମସ୍ତ ସହଯୋଗୀ ପୂର୍ବାହ୍ନ ଘ.୧୦.୫୦ ମିନିଟରେ ଶ୍ରୀମନ୍ଦିରକୁ ପ୍ରଦେଶ କରିଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର କୁ ପ୍ରବେଶ ପୂର୍ବରୁ ପ୍ରାଧିକୃତ୍ ସମସ୍ତ ସଦସ୍ୟ ବୃନ୍ଦ ପାରମ୍ପରିକ ପୋଷାକ ପରିଧାନ ପରେ ମୁଖ୍ୟ ପ୍ରଶାସକ ପ୍ରଧିକୃତ୍ ସଦସ୍ୟ ୍ୱୃନ୍ଦଙ୍କୁ ରତ୍ନ ଭଣ୍ଡାର ଭିତରକୁ କୌଣସି ଧାତବ ଜିନିଷ ନିଜ ପାଖରେ ଥିଲେ ତାହାକୁ ବାହାରେ ରଖିବାକୁ ପୁନଃ ପରାମର୍ଶ ଦେବାସହ ପରମ୍ପରା ମୁତାବକ କାର୍ଯ୍ୟ କରିବାକୁ ସତର୍କ କଲାପରେ ସମସ୍ତ ପ୍ରାଧିକୃତ ସଦସ୍ୟ ବ୍ରୁନ୍ଦଙ୍କୁ ନେଇ ସମସ୍ତ ଗଣତି ପ୍ରକ୍ରିୟା ନିୟମ ପ୍ରକାରେ ଶୃଙ୍ଖଳାର ସହ ସଂପାଦନ ପାଇଁ ଆଶିଷ ନେବାକୁ ମୁଖ୍ୟ ପ୍ରଶାସକ ସମସ୍ତ ସହଯୋଗୀ ସଦସ୍ୟ ବୃନ୍ଦଙ୍କ ସହ ମା ‘ ବିମଳା ,ମା ‘ ଭୁବନେଶ୍ୱରୀ , ମା ‘ ବେଢ଼ା କାଳୀ ଶେଷରେ ମା ‘ ଲକ୍ଷ୍ମୀ ଠାକୁରାଣୀଙ୍କ ଦର୍ଶନ ଆଶିଷ ଆଣିବା ପାରେ ବେହରଣ ଦ୍ୱାର ନିକଟରେ ସୁରକ୍ଷା ଦୃଷ୍ଟିରୁ ସ୍ଥାପିତ ମେଟାଲ ଡିଟେକ୍ଟଟର ଦ୍ୱାରା ଯାଞ୍ଚ ପୂର୍ବକ ଗଣତି ପ୍ରକ୍ରିୟାରେ ସାମିଲ ସଦସ୍ୟ ମାନେ ଭିତରକୁ ପ୍ରବେଶ କରିଥିଲେ। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଘ.୧୧.୫୫ ମିନିଟରେ ବାହାର ରତ୍ନଭଣ୍ଡାର ଖୋଲାଯାଇ ଥିଲା, ବାହାର ରତ୍ନ ଭଣ୍ଡାରରୁ ଭଣ୍ଡାର ମେକାପ ଯୋଗାଉଥିବା ଅଳଙ୍କାର ଆଦିର ଆଜିର ଗଣତି ପ୍ରକ୍ରିୟାରେ ସାମିଲ ବଣିଆ ସଦସ୍ୟ, ଜେମୋଲୋଜିଷ୍ଟ ଏବଂ ଓଜନମାପ ଅଧିକାରୀ ସଦସ୍ୟବୃନ୍ଦ ଙ୍କ ଯାଞ୍ଚ ପୂର୍ବକ ସଠିକ୍ ଢଙ୍ଗରେ ସମସ୍ତ ପ୍ରକ୍ରିୟା ଆରମ୍ଭ ଦିନ ପରି ସଂପାଦନ ସହ ଗଣତି ଅଳଙ୍କାର ଗୁଡ଼ିକର ଫୋଟୋଗ୍ରାଫି, ଭିଡିଓଗ୍ରାଫି ସହ ଈ-କ୍ଯାଟଲୋଗ କରାଯାଇଥିଲା । ବୁଧବାର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଦ୍ୱାର ବନ୍ଦ କରାଯାଇ ମୁଦ ଦିଆଯାଇଥିଲା, ଉକ୍ତ ପ୍ରକ୍ରିୟାର ସମସ୍ତ ରେକଡିଂ ଡାଟା ଚିପ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶାଖ କାର୍ଯ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଥିଲା। ଏଠାରେ ସୂଚନା ଏହିକି ରତ୍ନଭଣ୍ଡାର ଗଣତି ସମ୍ପର୍କିତ ବୈଠକ ରେ ଆଲୋଚିତ ନିଷ୍ପତି ଅନୁଯାଇ ଶନିବାର ଦିନ ମଧ୍ୟ ରତ୍ନ ଭଣ୍ଡାର କାର୍ଯ୍ୟ ଚାଲୁ ରହିବ ପରବର୍ତ୍ତୀ ସମୟରେ ଭିତର ଚନ୍ଦନ ଯାତ୍ରା ସମୟରେ ଯେତିକି ସମୟ ମିଳିବ ଶ୍ରୀମନ୍ଦିର କମାଣ୍ଡର ଠାରୁ ପରାମର୍ଶ ତଥା ଛତିଶା ନିଯୋଗ ଙ୍କ ସହ ଆଲୋଚନା ମତେ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଚାଲୁରହେ । ସରକାରଙ୍କ ମାର୍ଗ ଦର୍ଶିକା ପ୍ରକାରେ ସମସ୍ତ ନିୟମ ପାଳନ ପୂର୍ବକ ଆଜିର ଗଣତି ପ୍ରକ୍ରିୟା ନିର୍ବିଘ୍ନରେ ଶେଷ ହୋଇଥିବାରୁ ସମସ୍ତ ସେବକ,ନିୟୋଜିତ ଅଧିକାରୀ ବ୍ୟକ୍ତି ବିଶେଷ ତଥା ଭକ୍ତ ମାନଙ୍କର ଅକୁଣ୍ଠିତ ସହୋଯୋଗ ପାଇଁ କୃତଜ୍ଞତା ଜ୍ଞାପନ ପାରିଛନ୍ତି ମୁଖ୍ୟ ପ୍ରଶାସକ ।
