ବାରିପଦା : ଗାଡ଼ି ପାର୍କିଂକୁ ନେଇ ଡାକ୍ତରୀ ଛାତ୍ରଙ୍କୁ କିଛି ଯୁବକ ସଙ୍ଘବଦ୍ଧ ଆକ୍ରମଣ କରିଥିବାର ଖବର ମିଳିଛି । ତାଙ୍କର ମୋବାଇଲ ଗାଡ଼ି ମଧ୍ୟ ଭାଙ୍ଗି ଥିବାର ଜଣାଯାଇଛି । ଆକ୍ରମଣରେ ବାରିପଦା ପିଆରଏମ ମେଡିକାଲ କଲେଜର ଡାକ୍ତରୀ ଛାତ୍ର ଲହୁଲୁହାଣ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ସ୍ଥିତ ତକତପୁର ଅଞ୍ଚଳରେ । ଡାକ୍ତରୀ ଛାତ୍ରଙ୍କ କହିବା ଅନୁଯାୟୀ ଦୁଇଜଣ ଡାକ୍ତରୀ ଛାତ୍ର ତକତପୁର ସ୍ଥିତ ଏକ ଗୁପଚୁପ ଦୋକାନକୁ ଯାଇଥିଲେ । ସେଠାରେ ସ୍କୁଟି ପାର୍କିଂ କରି ଗୁପଚୁପ ଖାଉଥିବା ସମୟରେ ଜଣେ ସ୍ଥାନୀୟ ଯୁବକ ଗାଡ଼ି ପାର୍କିଂନେଇ ତାଙ୍କୁ ଗାଳି ଗୁଲଜ କରିଥିଲେ ।

ଫଳରେ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ଡାକ୍ତରୀ ଛାତ୍ର ଜଣକ ସେଠାରୁ ନିଜ ସ୍କୁଟିକୁ ନେଇଆସିଥିଲେ ସୁଦ୍ଧା ସ୍ଥାନୀୟ ଯୁବକ ଜଣକ ନିଜ ସହଯୋଗୀ ମାନଙ୍କୁ ଡାକି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ମାନେ ଡାକ୍ତରୀ ଛାତ୍ରଙ୍କ ମୁଣ୍ଡକୁ ହାତରେ ପିନ୍ଧିଥିବା ଏକ ଖଡୁ ସାହାଯ୍ୟରେ ମାଡ ମାରିବା ପରେ ସେମାନଙ୍କ ଦାମୀ ମୋବାଇଲ ଗୁଡ଼ିକୁ ଭାଙ୍ଗି ଦେଇଥିଲେ । ପରେ ଛାତ୍ର ଜଣକ ତାଙ୍କ ସାଙ୍ଗ ମାନଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ଆକ୍ରମଣର ଶିକାର ହୋଇଥିବା ଛାତ୍ରଙ୍କ କିଛି ବନ୍ଧୁ କାର ଯୋଗେ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ, ସ୍ଥାନୀୟ ଯୁବକ ମାନେ ଅନ୍ୟ ଡାକ୍ତରୀ ଛାତ୍ର ମାନଙ୍କୁ ଦେଖି ଉତ୍ତେଜିତ ହୋଇ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବା ସହିତ ସେମାନଙ୍କ ମୋବାଇଲ ଓ ଗାଡ଼ିକୁ ଭଙ୍ଗା ରୁଜା କରିଥିଲେ । ଡାକ୍ତରୀ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାରିପଦା ପିଆରଏମ ହସ୍ପିଟାଲ କୁ ଚିକିତ୍ସା ପାଇଁ ଆଣିଥିଲେ । ଘଟଣା ସମର୍କରେ ଏକ ଲିଖିତ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି ଡାକ୍ତରୀ ଛାତ୍ର କାଳୀଚରଣ ନନ୍ଦି ।
