ପୁରୀ: ଅଗଷ୍ଟ ୧୯ ତାରିଖ ବିଶ୍ୱ ଫଟୋଗ୍ରାଫିକ ଦିବସ ଉପଲକ୍ଷେ ଫଟୋଗ୍ରାଫର୍ସ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ପୁରୀ” ସଙ୍ଘ ପକ୍ଷରୁ ପୁରୀ ଆଇଟିଆଇ କଲେଜ ନିକଟରେ ସମୁଦ୍ରକୁଳ ଥାନା ଭାରପ୍ରାପ୍ତ ଅଧିକାରୀ ମାନସ ରଞ୍ଜନ ଚକ୍ରଙ୍କ କରକମଳରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ପୁରୀ ସହର ତଥା ଗ୍ରାମାଞ୍ଚଳର ବିଭିନ୍ନ ଫଟୋଗ୍ରାଫର ମାନେ ଯୋଗଦାନ କରିଥିଲେ। ଏହି କାଯ୍ୟକ୍ରମକୁ ସଂଘର ଉପଦେଷ୍ଟା ପ୍ରକାଶ ଦଳେଇ, ସଭାପତି ଶିବଚରଣ ମହାନ୍ତି, ଉପସଭାପତି ହରପ୍ରସାଦ ଚାଟାର୍ଜୀ, ସମ୍ପାଦକ ସୁକାନ୍ତ ସାହୁ,ସାଂଗଠନିକ ସମ୍ପାଦକ ନିଳାଞ୍ଚଳ ପାଢ଼ୀ, ସହ ସମ୍ପାଦକ ଅସିତ ତ୍ରିପାଠୀ,ଉପେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ସୁଯ୍ୟକାନ୍ତ ସ୍ୱାଇଁ,ଓ ଓଡ଼ିଶା ଫଟୋଗ୍ରାଫିକ୍ ସିଣ୍ଡିକେଟ୍ ର ସଭାପତି ମିଥୁନ ଜେନା, ଓ ଫୋଟୋଗ୍ରାଫର ମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀ,ରଞ୍ଜନ ସୁବୁଦ୍ଧି, ଉମେଶାଙ୍କ ଲେଙ୍କା,ଅଭିଷେକ ମହାନ୍ତି,ପୂର୍ଣ୍ଣଚନ୍ଦ୍ର ସାହୁ, ସିଦ୍ଧାର୍ଥ ସ୍ୱାଇଁ,ଗୋବିନ୍ଦ ପାଣିଗ୍ରାହୀ, ଦେବାଶିଷ ଦଳେଇ, ସାମଶନ ପାଟଶାଣି, ନିରଞ୍ଜନ କୁଲଜ଼ା, ବବୁଲ ମହାପାତ୍ର, ଅନିଲ ରାଓ ସମେତ ଅନ୍ୟ ଫଟୋଗ୍ରାଫରମାନେ ଯୋଗଦେଇ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ ।
