ପୁରୀ: ପୁରୀ ଆଇଟି ଆସୋସିଏସନର ସମୁଦ୍ରକୂଳ ସ୍ଥିତନିଳାଦ୍ରୀ ବିଚ ଓପନ ଅଡିଟୋରିୟମ ଠାରେ ରବିବାର ସଂଧ୍ଯାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ଯ ମାନଙ୍କ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଆସୋସିଏସନର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ପୁରୀ ସହରରେ ଦିନକୁ ଦିନ ଡିଜିଟାଲ ନେଟୱର୍କ ସହ ଆଇଟି ବଢିବାରେ ଲାଗିଛି । ସେଥିପାଇଁ ନିରବଛିନ୍ନ ଆଇଟି ସେବା ଯୋଗାଇବା ସହ ବିଶ୍ୱାସ ଭାଜନ ହୋଇ ଆଇଟି କ୍ଷେତ୍ରରେ ଅନୁଷ୍ଠାନର ନାମ ରଖିବା ପାଇଁ ସଭାରେ ସଭାପତି ଶ୍ରୀ ମହାନ୍ତି ବିସ୍ତୃତ ଭାବେ ପ୍ରକାଶ କରିଥିଲେ । ସମସ୍ତ ସଭ୍ଯ ମାନେ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ କରିବା ସହ ଲୋକଙ୍କ ପାଖରେ ବିଶ୍ୱାସ ଭାଜନ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଆସୋସିଏସନର ସମ୍ପାଦକ ଅଜିତ କୁମାର ଜେନା, କୋଷାଧ୍ୟକ୍ଷ ସତ୍ଯନାରାୟଣ ପ୍ରଧାନୀ ଓ ଜୟ ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ରହି ଆସୋସିଏସନର ନୂତନ ସଭ୍ଯ ଗ୍ରହଣ ସହ ଏପ୍ରିଲ ମାସରେ ରେଜିଷ୍ଟ୍ରେସନ ଓ ଆର୍ôଥକ ବୃଦ୍ଧି ପାଇଁ ଆଲୋଚନା କରିଥିଲେ । ସହରରେ ରଥଯାତ୍ରା, ଚନ୍ଦନଯାତ୍ରା ଜାଗରଯାତ୍ରା ସମେତ ଗ୍ରୀଷ୍ମ ଦିନ ଓ ଶୀତ ଦିନରେ ସାମାଜିକ କ୍ଷେତ୍ରରେ ଲୋକ ମାନଙ୍କୁ ସେବା କରିବା ପାଇଁ ଆଲୋଚନା ମଧ୍ୟ ହୋଇଥିଲା । ଏଥିସହ ୧୧ଟି ବ୍ଲକରେ ଆଇଟି କ୍ଷେତ୍ରକୁ ବଢାଇ ଲୋକଙ୍କ ପ୍ରିୟଭାଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏପ୍ରିଲ ୧୦ ତାରିଖ ଆସୋସିଏସନର ସମସ୍ତ ସଦସ୍ଯ ଏକତ୍ରିତ ରହି ସଭାରେ ଯୋଗଦେବା ସହ ନୂତନ କାର୍ଯ୍ୟକ୍ରମ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଶେଷରେ ଆସୋସିଏସନର ଉପସଭାପତି ହେକ୍ଟର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅଭୟ କୁମାର ସ୍ୱାଇଁ, ପ୍ରିୟବ୍ରତ, ସ୍ୱଂୟମ୍ଭୁ ପଟ୍ଟନାୟକ, ବାପୁ, ଇନାମ, ଅଜିଜ, ହିମାଂଶୁ, ସୁଦର୍ଶନ, ସଞ୍ଜୀବ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
