ପୁରୀ: ଦର୍ଶନ ପରେ ନିଜକୁ ସୌଭାଗ୍ୟଶାଳି କହିବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସେନା ଉପରେ ରହିଥାଉ ବୋଲି କହିଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।ସାଙ୍ଗରେ ପତ୍ନୀ ସୁନିତା ଦ୍ୱିବେଦୀ ଆଉ ଅନ୍ୟ ଜଣେ ଅଫିସର୍ ମଧ୍ୟ ରହିଥିଲେ।ସକାଳ ପ୍ରାୟ ୭ ଟା ୦୫ ରେ ସିଂହଦ୍ୱାର ରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ଓ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା ।ତାଙ୍କ କୌଳିକ ପଣ୍ଡା ତାଙ୍କୁ ସପତ୍ନୀକ ନେଇ ଦର୍ଶନ କରାଇଛନ୍ତି ।ମହାପ୍ରଭୁଙ୍କ ପତାକା ଦିଆଯାଇ ତାଙ୍କୁ ସିଂହଦ୍ୱାର ଠାରେ ସ୍ୱାଗତ କରାଯାଇଥିଲା ।ସିଂହଦ୍ୱାର ପ୍ରକ୍ଷାଳନ ସ୍ଥାନରେ ପାଦ ପ୍ରକ୍ଷାଳନ କରିବା ପରେ ଅରୁଣ ସ୍ଥମ୍ଭ ଓ ପତିତପାବନ ଙ୍କୁ ମୁଣ୍ଡିଆ ମାରି ବାଇଶି ପାହାଚ ଦେଇ ସାତ ପାହାଚ ଦେଇ ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାନିଧ୍ୟ ନେଇଥିଲେ ।ପ୍ରାୟ ୪୫ ମିନିଟ୍ ଦର୍ଶନ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେବା ସହ ଲକ୍ଷ୍ମୀ ଓ ବିମଳା ମନ୍ଦିରରେ ଦର୍ଶନ ସାନିଧ୍ୟ ନେଇଥିଲେ ।ଶ୍ରୀମନ୍ଦିର ବିଷୟରେ ଜାଣିବାର ଆଗ୍ରହ ଦେଖାଇବା ସହ ମୁକ୍ତି ମଣ୍ଡପ,ରୋଷ ଘର ଇତ୍ୟାଦି ବୁଲି ଦେଖିଥିଲେ । ୩ ଦିନିଆ ଓଡିଶା ଗସ୍ତରେ ପୁରୀ ଭୁବନେଶ୍ୱର ଓ ଗୋପାଳପୁରରେ କାର୍ଯ୍ୟକ୍ରମ ରହିଛି ।ଗୋପାଳ ପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ୍ ରେ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନୀ ଦେଖିବା ସହ ପ୍ରଶିକ୍ଷଣ ଶିବିରରେ ତଦାରଖ କରିବେ ।୨୯ ରେ ଓଡ଼ିଶାରୁ ଫେରିବାର ରହିଛି କାର୍ଯ୍ୟକ୍ରମ ।
