ବ୍ୟାଙ୍କକ୍: ମିସ୍ ଗ୍ରାଣ୍ଡ ଥାଇଲାଣ୍ଡ ପ୍ରତିଯୋଗିତାରେ ଏକ ଅଭାବନୀୟ ଘଟଣା ଘଟିଛି। କମୋଲୱାନ୍ ଚାନାଗୋ ନାମକ ଜଣେ ପ୍ରତିଯୋଗୀ ମଂଚ ଉପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜର ପରିଚୟ ଦେବା ସମୟରେ ସେ ଲଗାଇଥିବା ନକଲି ଦାନ୍ତ ଖସି ପଡ଼ିଥିଲା। ଅବଶ୍ୟ ତାହାକୁ ସେ ତଳେ ଖସିବାକୁ ନଦେଇ ଧରି ନେଇଥିଲେ ଏବଂ ପଛକୁ ମୁହଁ କରି ସଜାଡ଼ି ଦେଇଥିଲେ। ତେବେ ଏହି ଅପ୍ରତ୍ୟାଶିତ ଦୃଶ୍ୟଟି ବିଚାର ଓ ଦର୍ଶକକଙ୍କୁ ଚକିତ କରିଦେଇଥିଲା। ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି। ତଥାପି ଚାନାଗୋ ଭୟଭୀତ ହୋଇନଥିଲେ ବରଂ ସ୍ଥିର ରହିଥିଲେ। ସେ କିଛି ସେକେଣ୍ଡ ପାଇଁ ମୁହଁ ଫେରାଇ ନେଇଥିଲେ ଓ ଶୀଘ୍ର ତାଙ୍କର ଭେନିୟରଗୁଡ଼ିକୁ ସଜାଡ଼ିଥିଲେ। ପରେ ପୁଣି ଦର୍ଶକଙ୍କ ସାମ୍ନା କରିଥିଲେ। ତାଙ୍କର ଶାନ୍ତ ଏବଂ ଆତ୍ମବିଶ୍ୱାସୀ ପ୍ରତିକ୍ରିୟା ତୁରନ୍ତ ଦର୍ଶକଙ୍କ ମନ ଜିଣି ନେଇଥିଲେ। ଶାନ୍ତ ତଥା ଅବିଚଳିତ ଭାବେ ସେ ମଞ୍ଚ ଉପରେ ରହିଲେ। ତାଙ୍କର ସନ୍ଧ୍ୟା ଗାଉନ୍ ପିନ୍ଧି କ୍ୟାମେରା ସମ୍ମୁଖରେ ହସିଲେ ଯେପରି କିଛି ଘଟିନାହିଁ। ପରିସ୍ଥିତିକୁ ଚାନାଗୋ କିପରି ସ୍ୱାଭାବିକ କରିପାରିଲେ ତାହାକୁ ଦର୍ଶକ ବେଶ୍ ପ୍ରଶଂସା କରିପାରିଛନ୍ତି।
