ଜୟପୁର: ରାଉରକେଲାଠାରେ ଆଗାମୀ ତା ୨୬ ଓ ୨୭ -୩-୨୦୨୬ ରିଖ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବକ୍ସିଂ ଷ୍ଟେଟ୍ ଚାମ୍ପିୟନସିପରେ କୋରାପୁଟ ଜିଲ୍ଲାରୁ ପାଞ୍ଚ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। କନିଷ୍ଠ ବର୍ଗରେ ୫୭ – ୬୦ କି ଗ୍ରା ରେ ଏମ୍ ଜୀବନ, ଯୁବ ବର୍ଗ ୪୭ – ୫୦ କି ଗ୍ରା ରେ ଭି ୟସବନ୍ତ, ୫୫ – ୬୦ କି ଗ୍ରା ରେ ?ତ୍ରିଦେବ କୁମାର ସାମଲ, ୬୦ – ୬୫ କି ଗ୍ରା ରେ ଏସ୍ ବିବେକ ଏବଂ ୯୦ + ରେ ଈଶାନ୍ତ ପାଇକ ଖେଳିବେ।କୋରାପୁଟ ଜିଲ୍ଲା କ୍ରୀଡା ସମ୍ପାଦକ ଅନୁପ କୁମାର ପାତ୍ର ଏବଂ ସବ୍ ଡିଭିଜନାଲ୍ ଆଥେଲେଟିକ ସେକ୍ରେଟାରୀ ରବି ନାୟକଙ୍କ ପ୍ରେରଣା ସମ୍ପୃକ୍ତ ମୁଷ୍ଟି ଯୋଦ୍ଧାଙ୍କୁ ଉତ୍ସାହ ଓ ଉଦ୍ଦୀପନା ଯୋଗାଇଥିଲା । କୋରାପୁଟ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ଏହି ପାଞ୍ଚ ଜଣ ମୁଷ୍ଟି ଯୋଦ୍ଧା, ଜୟପୁରସ୍ଥିତ ଅରିଜିତ ବକ୍ସିଂ କ୍ଲବ୍ ରେ ପ୍ରଶିକ୍ଷଣ ନେଇଥିଲେ। ସମସ୍ତ ମୁଷ୍ଟି ଯୋଦ୍ଧା ନିଜ ନିଜ ବର୍ଗରେ ପ୍ରତିଯୋଗିତାରେ କୃତିତ୍ୱ ତଥା ସ୍ୱର୍ଣ୍ଣ ପଦକ ହାସଲ କରି କୋରାପୁଟ ଜିଲ୍ଲାକୁ ଗୌରବାନ୍ୱିତ କରିବେ ବୋଲି କୋରାପୁଟ ଜିଲ୍ଲା ବକ୍ସିଂ ଆସୋସିଏସନର ସଭାପତି ଶଶିଭୂଷଣ ଦାଶ ଆଶା ବ୍ୟକ୍ତ କରିଛନ୍ତି ।
