ଚଣ୍ଡିଖୋଲ: ଗତକାଲି ରାତିରେ ଜଣେ ବ୍ୟବସାୟୀ ଙ୍କ ବେକରୁ ସୁନା ଚେନ ଦୁବୃର୍ତ୍ତ ଙ୍କ ଦ୍ୱାରା ଲୁଟ୍ ହୋଇଥିବା ଚଣ୍ଡିଖୋଲ ଫାଣ୍ଡିରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ବଡଚଣା ଥାନାରେ ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମର ପ୍ରମୋଦ କୁମାର ରାଉତ (୫୨) ଗତକାଲି ରାତିରେ ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ୍ କରି ନିଜ ଘରକୁ ଫେରୁଥିବା ସମୟରେ ଗ୍ରାମ ଶ୍ମଶାନ ନିକଟରେ ତିନି ଜଣ ମୁଖାପିନ୍ଧା ଦୃର୍ବୁତ୍ତ ପ୍ରମୋଦ ଙ୍କୁ ଅଟକାଇ ତାଙ୍କ ଆଖିରେ ବିଷାକ୍ତ ବାଷ୍ପ ପକାଇ ପିନ୍ଧିଥିବା ସୁନା ଚେନ ଟିକୁ ଛିଡାଇ ଦୃତ ଗତିରେ ଚଣ୍ଡିଖୋଲ ଜାତୀୟ ରାଜପଥ ଆଡ଼କୁ ପଳାଇ ଥିଲେ। ଏ ସଂପର୍କରେ ପ୍ରମୋଦ ଆଜି ଚଣ୍ଡିଖୋଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇ ଚଣ୍ଡିଖୋଲ ପୋଲିସ ଦୂର୍ବୁତଙ୍କୁଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପ୍ରକାଶ ଥାଉ କି ଚଣ୍ଡିଖୋଲ ଛକ ଦେଇ ଯାଇଥିବା ୫୩ନମ୍ବର ଓ ୧୬ନମ୍ୱର୍ ଜାତୀୟ ରାଜପଥ ରେ ବାରମ୍ବାର ଦୃର୍ବୁତ୍ତ ଙ୍କ ଦ୍ୱାରା ରାହାଜାନୀ, ଛିନତାଇ, ଲୁଟ୍ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଉଛି।
