ଫୁଲବାଣୀ: ଫୁଲବାଣୀ ସର୍କିଟ ହାଉସ ଠାରେ ଆଜି ତା ୧୦/୮/୨୦୨୬ ରିଖ ସନ୍ଧ୍ୟା ୫ ଟା ସମୟରେ ଲକ୍ଷ୍ମଣା ନନ୍ଦ ସରସ୍ୱତୀ ପୁରାତନ ଛାତ୍ର ସଂସଦ ଗୁରୁକୁଳ ଆଶ୍ରମ ଚକାପାଦ କନ୍ଧମାଳ ଓଡ଼ିଶା ପକ୍ଷରୁ ଛାତ୍ର ସଂସଦ ସଭାପତି କୁବେର କହଁର ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ସମ୍ମିଳନୀରେ ସଭାପତି ଶ୍ରୀ କହଁର ଫୁଲବାଣୀ ରେ ନିର୍ମିତ କନ୍ଧମାଳ ଜିଲ୍ଲା ରେ ନୂତନ ଭାବେ ପ୍ରତିଷ୍ଠିତ ମେଡିକାଲ୍ କଲେଜ୍ କୁ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀ ଭେଷଜ ମହାବିଦ୍ୟାଳୟ ନାମରେ ନାମିତ କରିଥିବାରୁ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ କୃତଜ୍ଞତା ଜଣାଇଥିଲେ ତତ୍ ସହିତ ନାରୀ ଶିକ୍ଷା ଓ ବାଳିକା ଶିକ୍ଷା ର ଉନ୍ନତି ପାଇଁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ର ଶୈବ ପୀଠ ଜାଲେଶ ପଟା ଠାରେ ଶ୍ରୀ ଶ୍ରୀ ଶଙ୍କରା ଚାର୍ଯ୍ୟ କନ୍ୟାଶ୍ରମ ପ୍ରତିଷ୍ଠା କରିଛନ୍ତି ସେଥି ପାଇଁ ରାଜ୍ୟ ସରକାର ଙ୍କୁ ସାଧୁବାଦ ଓ ଧନ୍ୟବାଦ୍ ଜଣାଇଛନ୍ତି। ତାର ଉନ୍ନତି ପାଇଁ ରାଜ୍ୟ ସରକାର ୧୩ କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି। ତା ସଙ୍ଗେ ସଙ୍ଗେ ଚକାପାଦ ଠାରେ ଥିବା ଗୁରୁକୁଳ ଆଶ୍ରମ ବିଦ୍ୟାଳୟ ମହାବିଦ୍ୟାଳୟ ର ଉନ୍ନତି ପାଇଁ ଅର୍ଥ ରାଶି ପ୍ରଦାନ କରାଯିବା ପାଇଁ ଅନୁରୋଧ କରୁଛୁ ବୋଲି ସଭାପତି ଶ୍ରୀ କହଁର ସାମ୍ବାଦିକ ସମ୍ମିଳନୀରେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି। ତା ସହ ଶିକ୍ଷାକୁ ଗୁରୁତ୍ୱ ଦେଇ କନ୍ଧମାଳର ଦୁର୍ଗମ ଅଞ୍ଚଳ ରେ ଶିକ୍ଷାର ଆଲୋକ ପହଞ୍ଚାଇବା ପାଇଁ ଗରିବ ଜାତି ,ଜନଜାତି,ସବୁ ବର୍ଗର ପିଲାଙ୍କ ପାଇଁ ପ୍ରାଚୀନ ଆବାସିକ ଗୁରୁକୁଳ ପରମ୍ପରା ଶିକ୍ଷା ବ୍ୟବସ୍ଥା କରିଥିଲେ।ସେଥି ପାଇଁ କନ୍ଧମାଳ ରେ ୨ ଟି ଆଶ୍ରମ ପ୍ରତିଷ୍ଠା କରିଥିଲେ। ପ୍ରଥମେ ୧୯୬୯ ମସିହାରେ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଚକାପାଦ ବିରୂପାକ୍ଷ ଶୈବ ପୀଠ ପ୍ରାଙ୍ଗଣ ରେ ଗୁରୁକୁଳ ସଂସ୍କୃତ ଆଶ୍ରମ ପ୍ରତିଷ୍ଠା କରିଥିଲେ। ବାଳିକା ଶିକ୍ଷା ଓ ନାରୀ ଶିକ୍ଷା ର ଉନ୍ନତି ପାଇଁ ତୁମୁଡ଼ିବନ୍ଧ ନିକଟସ୍ଥ ବାବା ଜଳେଶ୍ୱର ମହାଦେବ ଙ୍କର ପାଦ ଦେଶରେ ଏକ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟା ଆଶ୍ରମ ପ୍ରତିଷ୍ଠା କରିଥିଲେ। ଆଜିର ଦିନ ରେ ସାରା ଓଡ଼ିଶା ରେ ଏହି ୨ ଟି ଅନୁଷ୍ଠାନ ରୁ ୭୦ ପ୍ରତିଶତ ଶିକ୍ଷକ ଶିକ୍ଷୟତ୍ରୀ ସୃଷ୍ଟି ହୋଇ ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଛନ୍ତି।ତତ୍ ସହିତ ପ୍ରଶାସନିକ ସେବା ଓଏସ୍,ପେସ୍ ୟୁ,ଆର୍ମି, ଆଟି ପିବି, ସିଆର୍ ପିଫ୍,ଓଡ଼ିଶା ପୋଲିସ୍,ଡାକ୍ତର,ଲେକ୍ଚର୍ର, ପ୍ରଫେସର୍ ନିଯୁକ୍ତି ପାଇଛନ୍ତି।ସଂସ୍କୃତ ଶିକ୍ଷା ସହ ଭାରତୀୟ ସଂସ୍କୃତି ଓ ନୈତିକ ଶିକ୍ଷାର ମୂଲ୍ୟ ବୋଧ କୁ ଆଧାର କରି ଛାତ୍ର ଛାତ୍ରୀ ମାନଙ୍କର ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଉଥିଲେ। ଏବଂ ସ୍ୱାସ୍ଥ୍ୟ ଶିକ୍ଷା,ଗୋପାଳନ,ଜଙ୍ଗଲ ସୁରକ୍ଷା,କୃଷି, ଜଳ ସଂରକ୍ଷଣ ଆଦି ଶିକ୍ଷା ପ୍ରଦାନ କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ କହଁର କହିଥିଲେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଶିବ ପ୍ରସାଦ ମଲ୍ଲିକ, ସମ୍ପାଦକ ମନୋଜ କୁମାର ପ୍ରଧାନ,ଯୁଗ୍ମ ସମ୍ପାଦକ ଡ଼ଃ ଅଶୋକ କୁମାର ଷଡ଼ଙ୍ଗୀ,କୋଷାଧ୍ୟକ୍ଷ ଦିତିକୃଷ୍ଣ ମାଝୀ,ଉପଦେଷ୍ଠା ପବିତ୍ର କହଁର,ଭୀମରାଜ କହଁର,ସଦସ୍ୟ ସିଦ୍ଧେଶ୍ୱର କହଁର,ସଞ୍ଜୟ ନାୟକ, ଶଶୀନାଥ ମଲ୍ଲିକ,ବିକ୍ରମ ଦାସ,ପଦ୍ମ ଚରଣ ସାହାଣୀ,ଲଳିତ ନନ୍ଦ,ଜିତେନ୍ଦ୍ର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।
