Oplus_16908288
ନୀଳଗିରି; କେନ୍ଦୁଝର ଜିଲ୍ଲାର ହଦଗଡ଼ ଡ୍ୟାମରୁ ବାଲେଶ୍ୱର ଜିଲ୍ଲାର ବୁଢାବଳଙ୍ଗ ନଦୀକୁ ସଂଯୋଗ ନିମିତ୍ତ ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟ କାର୍ଯ୍ୟ ଚାଲୁ ରହିଛି। କେନାଲ କାର୍ଯ୍ୟ ମନ୍ଥର ଗତିରେ ଚାଲିବା , କେନାଲରେ ଦୁଇପାଖ ସୁରକ୍ଷା ନିମିତ୍ତ କୌଣସି ବ୍ୟବସ୍ଥା ନକରିବା ଫଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଯାହାକି ନୀଳଗିରି ଏନ୍ଏ ସି ଅର୍ନ୍ତଗତ ସନହତା ଗ୍ରାମର ଜଟା ଧମୁଡ଼ିଆଙ୍କ ନାବାଳକ ପୁତ୍ର କେନାଲରେ ପଡ଼ି ମୃତ୍ୟୁ ଘଟିଛି। କେନାଲ ଗୁଡ଼ିକ ବର୍ଷା ଜଳରେ ପୁରି ରହିଥିବାରୁ ଓ କେନାଲ ଦୁଇ ପାର୍ଶ୍ୱରେ ରାସ୍ତା ମରାମତି ହୋଇପାରି ନଥିବାରୁ କେନାଲ ବନ୍ଧ ଉପରେ ଯାଉଥିବା ନାବଳକର ଗୋଡ଼ ଖସିଯିବାରୁ ନାବାଳକ ଜଣଙ୍କ ପାଣିରେ ବୁଡି ଯାଇଥିବାର କୁହାଯାଉଛି। ପାଖରେ ଥିବା ଅନ୍ୟ ଏକ ନାବାଳକ ସାଙ୍ଗ ଜଣଙ୍କ ଚିତ୍କାର କରିବାରୁ ଆଖପାଖର ଲୋକେ ଦୌଡ଼ି ଆସି ପିଲାଟିକୁ ପାଣିରେ ଖୋଜିଥିଲେ। ନମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜିଖୋଜି କରି ଦେଢ଼ଶହ ମିଟର ଦୂରରେ ପାଣି ଭିତରୁ ନାବାଳକକୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ।
