ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଦୁଦୁରକୋଟ ମାନପୁର ଗ୍ରାମର କିଶୋର ଗୋଚ୍ଛାୟତଙ୍କ ପୁଅ ଦିନେଶ ଗୋଚ୍ଛାୟତ (୧୫) ନିଜ ପିଉସା ଘର ସରପାକୁ ବୁଲିବାକୁ ଯାଇଥିଲେ। କିନ୍ତୁ ସରପାରେ ଥିବା ଲିଙ୍ଗରା ଯୋରକୁ ଶନିବାର ସକାଳ ସମୟରେ ଦିନେଶ ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପିଉସା ଘର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଏ ସଂପର୍କରେ ଖବର ପାଇ ବଅଁରପାଳ ବୁଢାପଙ୍କ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ପାଇନଥିଲେ । ସେ ଦଶମ ଶ୍ରେଣୀରେ ପଢ଼ୁଥିବାର ଜଣାପଡ଼ିଛି। ଦୀର୍ଘସମୟ ପର୍ଯ୍ୟନ୍ତ ଦମକଳବାହିନୀ ପାଣିରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଯୋରରେ ବହୁ ପାଣି ଚାଲୁଥିବାରୁ ସେ ପାଣିରେ ଭାସିଯାଇଥାଇପାରନ୍ତି ଲୋକମାନେ ଅନୁମାନ କରୁଛନ୍ତି। ପରିବାରଲୋକେ ପୁଅକୁ ନପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ଖବର ଲେଖିବା ସୁଦ୍ଧା ଦିନେଶଙ୍କର କୌଣସି ସନ୍ଧାନ ମିଳିପାରିନାହିଁ।
