ଫୁଲବାଣୀ : ଗୋଛପଡା ଥାନା ଅନ୍ତର୍ଗତ ବାଲାନ୍ଦା ପଡା ପଞ୍ଚାୟତ ର କଞ୍ଜାମାଇ ଗ୍ରାମର ୩ ଟି ସ୍ଥାନରେ ଅବକାରୀ ସ୍ପେସିଆଲ ସ୍କ୍ୱାର୍ଡ ଚଢାଉ କରି ୪ ଟି ବସ୍ତାରେ ରହିଥିବା ୧ କୁଇଣ୍ଟାଲ ୪୧ କେଜି ଗଞ୍ଜେଇ ସହ ଦୁଇଟି କାର୍ ଜବତ କରିଥିବା ବେଳେ ବୌଦ୍ଧ ଅଞ୍ଚଳ ର ଜଣେ ନା ବାଳକ ସହ ୪ ଜଣକୁ ଗିରଫ କରିଛି। ସୂଚନା ଅନୁସାରେ ଗୋଛାପଡା ଥାନା ବାଳନ୍ଦା ପଡ଼ା କଞ୍ଜାମାଇ ଗାଁ ନିକଟରେ ଥିବା ଜଙ୍ଗଲ ର ଏକ ଗଛ ମୂଳେ ୪ ଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ଅବକାରୀ ଟିମ୍ ଚଢ଼ାଉ କରି ଥିଲା । ସେଠାରୁ କାର୍ ଡ୍ରାଇଭର ବୌଦ୍ଧ ଜିଲ୍ଲା ର ପୁରୁଣା କଟକ ଥାନାର ଲଖନପୁର ଗ୍ରାମର ରାଜେଶ ବେହେରା, କୁ ଏବଂ ନା ବାଳକ ଜଣକୁ ଅବକାରୀ ପୋଲିସ ଗିରଫ କରିଛି। ସେହିପରି ଫୁଲବାଣୀ ମେଡିକାଲ୍ ଛକରୁ ଅନ୍ୟ ଏକ କାର ଚଢାଉ କରି ସେହି କାର୍ ରୁ ୨୦ କିଲୋ ଗଞ୍ଜେଇ ଜବତ କରିବା ସହ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତ ର କଟାପଙ୍ଗା ଗ୍ରାମର ଲବ ଦିଗାଲ ,ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଭାବପୁର ଗ୍ରାମର ମନୋଜ ଟାମ୍ କିଆ କୁ ଅବକାରୀ ପୋଲିସ୍ ଗିରଫ କରି ତିନୋଟି ପୃଥକ୍ ପୃଥକ୍ ମାମଲା ରୁଜୁ କରିଛି। ଅବକାରୀ ଇନ୍େପକ୍ଟର ବିନୋଦ କୁମାର ବାସ୍କେ ଓ ରଙ୍କନିଧି ମଲ୍ଲିକ ଙ୍କ ନେତୃତ୍ୱରେ ଅବକାରୀ ଟିମ୍ ଚଢ଼ାଉ କରି ଥିଲେ। ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଓ ଇନ୍ସପେକ୍ଟର ବିନୋଦ ବାସ୍କେ ସକ୍ରିୟତାର ସହ ଧର ପଗଡ଼ କରୁଥିବାରୁ ଗଞ୍ଜେଇ ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
