ବାରିପଦା; ମୟୁରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳ ରେ ୨୭ ଟି ହାତୀ ରହିଥିବା ବେଳେ ୧୨ ଟି ହାତୀ ସାରମୂଳା ରେ ରହିଛନ୍ତି । ହାତୀ ପଲ ଙ୍କ ଉପଦ୍ରବ ଯୋଗୁଁ ସପ୍ତାହ ମଧ୍ୟରେ ସାତୋଟି ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆଜି ସକାଳ ୬ ଟା ସମୟରେ ୧୨ ଟିକିଆ ହାତୀ ପଲ ମଧ୍ୟ ରୁ ଏକ ଦନ୍ତାହାତୀ ଯୋଡପଡା ବଜାର କୁ ଆସି ରାସ୍ତା ପାର୍ଶ୍ୱରେ ଥିବା ପଣସ ଗଛରୁ ପଣସ ଖାଉଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ହାତୀ ଟି ଯୋଡପଡା – ବସ୍ତା ମୁଖ୍ୟ ରାସ୍ତା ଉପରେ ଦୀର୍ଘ ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ଛିଡା ହୋଇ ରହିଥିବା ଯୋଗୁଁ ଯାତାୟାତ ଠପ୍ ହୋଇଯାଇଥିଲା । ହାତୀ କୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ନଥିବା ରୁ ସ୍ଥାନୀୟ ଲୋକେ ହାତୀ କୁ ଘୋଡାଇବା କୁ ଚେଷ୍ଟା କରିବାରୁ ହାତୀ ଟି ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ର ଜଣାପଡିଛି । ସ୍ଥାନୀୟ ଲୋକେ ହାତୀକୁ ଜ୍ୱଳନ୍ତା ମଶାଲ ଦେଖାଇବାରୁ ହାତୀ ଟି ରାସ୍ତା ଛାଡି ଜଙ୍ଗଲ କୁ ଚାଲିଯାଇଥିବାର ଜଣାଯାଇଛି । ହାତୀ ଯୋଗୁଁ ଉକ୍ତ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ତେବେ ଦନ୍ତାହାତୀ ଟି କାହାରି କିଛି କ୍ଷୟକ୍ଷତି କରି ନଥିବାର ଜଣାଯାଇଛି ।
