ପୁରୀ: ପୁରୀ ମହାନଗର ନିଗମ ମଙ୍ଗଳାଘାଟ ନିକଟରେ ଏକ ଲମ୍ବା ଲରି ଟ୍ରକରେ ଲଦା ହୋଇ ଆସିଛି ଏକ ଭଙ୍ଗା ଏରୋପ୍ଲେନ । ଏହି ଏରୋପ୍ଲେନ ଦେଖିବା ପାଇଁ ସହରରେ ଚହଳ ପଡିଯାଇଛି । ବାଘ ନଦେଖିଲେ ବିଲେଇ ଦେଖ ପରି ପୁରୀରେ ଏୟାରପୋର୍ଟ ହୋଇପାରୁନଥିବା ବେଳେ ଏହି ଭଙ୍ଗା ଉଡାଜାହାଜ ଦେଖାଇ ମନ ବୁଝାଇବା ପାଇଁ ଯୋଜନା ଚାଲିଥିବା କୁହାଯାଉଛି ।

ଷ୍ଟର୍ଲିଙ୍ଗ ନିକଟ ମଙ୍ଗଳାନଦୀ ଉପରେ ସୁ ଉଚ୍ଚ ବ୍ରିଜ ନିର୍ମାଣ ଶେଷ ହେଲାଣି । ଏହା ନିକଟରେ ଭଙ୍ଗା ଉଡାଜାହାଜ ରଖି ରେଷ୍ଟୁରାଣ୍ଟ କରି ପର୍ଯ୍ୟଟକଙ୍କ ଠାରୁ ଅଧିକ ଅର୍ଥ ନେବା ପାଇଁ ଯୋଜନା ଚାଲିଥିବା ସ୍ଥାନୀୟ ଲୋକ କହୁଛନ୍ତି । ବ୍ରହ୍ମଗିରି ଓ ସାତପଡାର କିଛି ଲୋକ କହୁଛନ୍ତି ସାତପଡାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ରେସ୍ତୋରାଁ ଉଡାଜାହାଜ ରଖାଯିବ । ତେବେ ଏହାକୁ ଅନେକ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏହା ଯୋଗୁ ଏକ ବରଗଛ କଟାଯାଇଥିବା ଆପ ଦଳ ଅଭିଯୋଗ କରିଛି । ଏହାକୁ ଦେଖିବା ପାଇଁ ସେଠାରେ ଲୋକମାନଙ୍କ ଭିଡ ଜମିଛି ।
