ଫୁଲବାଣୀ: କାମଧନ୍ଦା ଅଭାବରୁ ଓ ଅଧିକ ରୋଜଗାର ଆଶାରେ ପରିବାର ପ୍ରତିପୋଷଣ ପାଇଁ କନ୍ଧମାଳର ବହୁ ଯୁବକଯୁବତୀ ଦାଦନ ଯିବାକୁ ବାଧ୍ଯ ହେଉଥବା ଦେଖାଯାଉଛି। ପ୍ରତି ସପ୍ତାହରେ ରାଇକିଆ, ଦାରିଙ୍ଗବାଡିରୁ ନିୟମିତ ବସ କେରଳ ଓ ତାମିଲନାଡୁ ଅଭିମୁଖେ ଶ୍ରମିକଙ୍କୁ ନେଇ ଯାତ୍ରା କରୁଛି। ଦାଦନ ନେଇ ଯାଉଥିବା ଖବର ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ।ଅଧିକ ରୋଜଗାର ଆଶାରେ ଯାଉଥିବା ଯୁବକ ଯୁବତୀମାନଙ୍କ ମଧ୍ୟରୁ ପ୍ରତି ମାସରେ ପ୍ରାୟ ଜଣେ ଦୁଇଜଣଙ୍କର ମୃତ୍ୟୁ ହେଉଛି। ଦାଦନ ଖଟିବାକୁ ଯାଉଥିବା ଶ୍ରମିକ, ଏହି ଯୁବକ ଯୁବତୀ ଙ୍କୁ ରାଜ୍ୟ ବାହାରକୁ ନେଇ ଯାଉଥିବା ଠିକାଦାର ଙ୍କର ସରକାର ନିୟମ ଅନୁଯାୟୀ ଶ୍ରମିକ ଆଇନ ପଞ୍ଜିକରଣ ନ ହୋଇ ଥିବାରୁ ଶ୍ରମ ବିଭାଗ ପାଖରେ କିଛି ଖବର ରହୁ ନାହିଁ।ଦାଦନ ଖଟିବାକୁ ଯାଇଥିବା ଯୁବକ ଯୁବତୀ ଶ୍ରମିକ ମାନଙ୍କର ସେଠାରେ ମୃତ ହେଲେ ସେମାନଙ୍କର ମୃତ ହେହ ଆଣିବା ପରିବାର ବହୁ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି। ପରିବାର ଲୋକ ମାନେ ବିଭିନ୍ନ ସମୟରେ ଜମି ବାଡ଼ି ବିକ୍ରି କରି ଶବ ଗାଁ କୁ ଆଣି ଥିବା ନଜିର ରହିଛି। । ସୂଚନା ଯୋଗ୍ୟ ବର୍ତ୍ତମାନ୍ ମଧ୍ୟ କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିର୍ତିଗୁଡ଼ା ପଂଚାୟତ ର ଗୁଞ୍ଜିଗାଁ ର କୁଶ ପ୍ରଧାନ ଙ୍କ ଝିଅ କସ୍ତୁରୀ ପ୍ରଧାନ ୩୦ ନାମକ ଜଣେ ମହିଳା ଦାଦନ ଶ୍ରମିକ ଭାବେ ତାମିଲ୍ ନାଡୁ କାମ କରିବାକୁ ଯାଇଥିଲା ।ସୁଦୂର ତାମିଲନାଡୁ ରେ ସେହି ମହିଳା ର ମୃତ୍ୟୁ ଘଟିଛି । କସ୍ତୁରୀ ଗ୍ରାମରେ କାମ ଧନ୍ଦା ଅଭାବରୁ ରୋଜଗାର ପାଇଁ ସୁଦୂର ତାମିଲ ନାଡୁ ର କୋଏମ୍ବକ୍ଷଟୁର ର ଅନୁର ରେ ଥୂବା ସି ଏ ସି ସୂତାକଳ ରେ କାର୍ଯ୍ୟ କରୁଥିଲେ କ୍ଷ ସେଠାରେ କସ୍ତୁରୀ ର ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କୁ କମ୍ପାନୀପକ୍ଷରୁ ତାପସ ଓ ଶୁଭମ୍ ଅମକ୍ଷୟତ୍ ଜଣାଇବା ସହ ଶବ ବିମାନ ରେ ଭୁବନେଶ୍ୱର କୁ ଆଣିବା ପାଇଁ ୫୦/୬୦ହଜାର ଟଙ୍କା ପଡ଼ିବ କହିଥିଲେ । କସ୍ତୁରୀ ର ବାପା ମାଆ ଗରିବ ହୋଇଥିବାରୁ ଏତେ ଟଙ୍କା ଯୋଗାଡ କେଉଁଠୁ କରିବେ ବୋଲି କହିଛନ୍ତି କ୍ଷ ପ୍ରଶାସନ ପକ୍ଷରୁ ଆର୍ଥକ ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି। ପ୍ରଶାସନ ପକ୍ଷରୁ ସହିଯୋଗ କଲେ ଗରିବ ମହିଳା ଶ୍ରମିକର ଶବ ଗାଁ କୁ ପହଞ୍ଚି ପାରିବ। ତେଣୁ ଆର୍ôଥକ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି।
