ପୁରୀ: ସେଣ୍ଟର ଫର ଇଣ୍ଟିଗ୍ରେଟେଡ଼ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭୋଲପମେଣ୍ଟ (ସି ଆଇ ଆର ଟି ଡି )ପକ୍ଷରୁ ଚଳିତ ମାସ ୯ ତାରିଖ ରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବସ୍ତ୍ର ଉତ୍ସବ ୨୦୨୬ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ପୂର୍ବାହ୍ନ ରେ ହେରାଗୋହିର ସାହି ଜଗଦେବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ବସ୍ତ୍ର ଉତ୍ସବ ର ଆୟୋଜକ ରୁଚିମିତ୍ରା ଜଗଦେବ ମହାପାତ୍ର ଉତ୍ସବ ର ଆଭିମୁଖ୍ୟ ସମ୍ପର୍କ ରେ କହିଥିଲେ । ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ହସ୍ତତନ୍ତ ସମେତ ଭାରତର ବିଭିନ୍ନ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପ୍ରୋତ୍ସାହନ ଦେବା ।ସ୍ଥାନୀୟ ତନ୍ତୁବାୟ ଓ କାରିଗରମାନଙ୍କୁ ସମ୍ମାନ ଜଣାଇବା ଓ କାମ ଯୋଗାଇବା । ସ୍ଥାୟୀ ଫ୍ୟାଶନ୍ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ନୂତନ ପିଢ଼ିଙ୍କ ମନରେ ହସ୍ତତନ୍ତ ପ୍ରତି ଗର୍ବ ଓ ଆଗ୍ରହ ସୃଷ୍ଟି କରିବା।ଏହି ସାମାଜିକ ପଦକ୍ଷେପକୁ ସଫଳ କରିବା ପାଇଁ ବଲିଉଡ଼ର ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନ,ର୍ ଟେଲିଭିଜନ୍ ଆଙ୍କ,ର୍ ଶିଶୁ କଳାକାର, ଅଭିନେତା, ସେଲିବ୍ରିଟି ଷ୍ଟାଇଲିଷ୍ଟ, ରାପର୍ ଏବଂ କୋରିଓଗ୍ରାଫର୍ ଏଥିରେ ଯୋଗଦାନ କରିବେ। ଏହି କାର୍ଯ୍ୟକ୍ରମ ରେ ଡବ୍ଲୁ ଆଇ ସି ସି ଆଇ ଓଡିଶା,ହ୍ୟୁମାନ ରାଇଟ୍ସ କାଉନସିଲ, ପୁରୀ ଜିଲ୍ଲା ସହଯୋଗ କରିବେ ।

ବ୍ୟାଙ୍କିଙ୍ଗ୍, ଆଇନ, ପ୍ରଶାସନ, ଶିକ୍ଷା, କଳା, ସଂସ୍କୃତି, ଉଦ୍ୟୋଗ ଏବଂ ସମାଜସେବା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଏଥିରେ ସାମିଲ ହେବେ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଜାତୀୟ ହସ୍ତତନ୍ତ ଦିବସ ପାଳନ,ଭବ୍ୟ ହସ୍ତତନ୍ତ ଫ୍ୟାଶନ୍ ଶୋ,୩ ବର୍ଷରୁ ବୟସ୍କ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କ ଅଂଶଗ୍ରହଣ କରିବେ । ଟାଇନି ଷ୍ଟାର୍ସ ୩–୫ ବର୍ଷ,ଲିଟିଲ୍ ଷ୍ଟାର୍ସ୬–୧୦ ବର୍ଷ,ଜୁନିୟର ଆଇକନ୍ସ: ୧୧–୧୫ ବର୍ଷ,ୟଙ୍ଗ ଆଇକନ୍ସ: ୧୬–୨୫ ବର୍ଷ ଓ ୟୁଥ୍ ଏଲିଗାନ୍ସ: ୨୬ ବର୍ଷ ଓ ତଦୁର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଓଡ଼ିଶା ସମେତ ଭାରତର ସମସ୍ତ ହସ୍ତତନ୍ତର ବ୍ୟବହାରକୁ ପ୍ରୋତ୍ସାହନ ଦେବା।ତନ୍ତୁବାୟ ଓ କାରିଗରମାନଙ୍କ ଅବଦାନକୁ ସମ୍ମାନ ଜଣାଇବା।ସ୍ଥାୟୀ ଓ ନୈତିକ ଫ୍ୟାଶନ୍କୁ ପ୍ରୋତ୍ସାହନ ଦେବା।ନୂତନ ପିଢ଼ିଙ୍କୁ ଭାରତର ହସ୍ତତନ୍ତ ପରମ୍ପରା ସହିତ ପରିଚିତ କରାଇବା।ହସ୍ତତନ୍ତର ସାଂସ୍କୃତିକ ଓ ଆର୍ôଥକ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।ଏଥିରେ ସମ୍ମାନିତ ଅତିଥିଭାବେ ଡ଼ଃ ଧୀରେନ ରାୟ ପୁରୀ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ର ନିର୍ଦେଶକ ଡ଼ଃ ପ୍ରଧାନ ଧୀରେନ ରାୟଶ୍ରୀ,ଅବସରପ୍ରାପ୍ତ ବ୍ୟାଙ୍କିଙ୍ଗ୍ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ଆଇ ଡବ୍ଲୁ ଶ୍ରୀକ୍ଷେତ୍ର ସଭାନେତ୍ରୀ ରାଜଲକ୍ଷ୍ମୀ ଦାସ ଓ ସମ୍ପାଦିକା ମିନତୀ ନାୟକ ଓ ସି ଆଇଆର ଟି ଡି ର ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ବସ୍ତ୍ର ଉତ୍ସବ ୨୦୨୬ କେବଳ ଏକ ଫ୍ୟାଶନ୍ ଶୋ ନୁହେଁ, ବରଂ ଭାରତୀୟ ହସ୍ତତନ୍ତ ପରମ୍ପରା, ଆମ ତନ୍ତୁବାୟ ଏବଂ ସ୍ୱଦେଶୀ ବସ୍ତ୍ର ସଂସ୍କୃତିକୁ ସମ୍ମାନ ଜଣାଇବାର ଏକ ଜନଆନ୍ଦୋଳନ ହେବ ।
