ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ହାତୀ ଉପଦ୍ରବ କୁ ରୋକିବାରେ ବନବିଭାଗ ବିଫଳ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଉକ୍ତ ରେଞ୍ଜ ଅଧୀନ ବଣକାଟି ସାମିଲ ଜୁଡ଼ପୋଡା ଗ୍ରାମରେ ବିଳମ୍ବିତ ରାତିରେ ହାତୀ ପଲ ପଶି ବିତ୍ପାତ ଚଳାଇଥିବା ବେଳେ ସୃଷ୍ଟିଧର ମଣ୍ଡଳ, ଅଜିତ ପାତ୍ର, ଶ୍ରୀଧର ହାଁସଦା, ଭାଗବତ ଚକ୍ରବର୍ତ୍ତିଙ୍କ ଘର ଭାଙ୍ଗିଥିବା ବେଳେ ଦାମୋଦରପୁର ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଭାଙ୍ଗିଛନ୍ତି । ସମସ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଯୁବ ସାମାଜସେବୀ ଉତ୍ତମ ମହାନ୍ତି, ୪୮ ଜୋନ ଜିଲା ପରିଷଦ ସଦସ୍ୟ ଶ୍ୟାମସୁନ୍ଦର ଡାକୁଆ, ସାରୁମୂଳା ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ସିଂ ଏବଂ ଅନ୍ୟମାନେ ଦାବି କରିଛନ୍ତି ।
