ଜୟପୁର: ଗତ ୩୧ ତାରିଖ ରେ ମଧ୍ୟାନ ଭୋଜନ ଛୁଟି ସମୟ ରେ ବାରିଣୀପୁଟ ଛାତ୍ର କୁ ହତ୍ୟା ଘଟଣା ରେ ଆଜି ଜୟପୁର ସଦର ପୋଲିସ ହତ୍ୟା ଘଟଣା ରେ ସମ୍ପକୃତ ଥିବା ଦୁଇ ଅପରାଧି ଙ୍କୁ ଗିରଫ କରିଛି. ଗିରଫ ହୋଇଥିବା ବ୍ୟକ୍ତି ଜଣକଙ୍କ ଭିତରୁ ଜଣେ ହେଉଛନ୍ତି ଅଫତାବ ହିଆଲ ଅନ୍ୟ ଜଣେ ନା୍ୱାଳକ ବୋଲି ପୋଲିସ ତରଫରୁ ସାମ୍ବାଦିକ ସମିଳନୀ କରି ସୂଚନା ଦିଆଯାଇଛି. ଘଟଣା ରେ ସମ୍ପକୃ ଥିବା ଦୁଇ ଜଣ ଙ୍କ ଭିତରୁ ଯୁବକ ଜଣଙ୍କୁ କୋର୍ଟ ଓ ନାବାଳକ ଜଣ ଙ୍କୁ ଜୁବେନାଲ ଜଷ୍ଟିଶ କୋର୍ଟ କରାଯାଇଛି ଚାଳାଣ. ପୋଲିସ ସୂଚନା ମୁତାବକ ଗତ ୩୧ ତାରିଖରେ ବାରିଣୀପୁଟ ଯୋଜନା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାନ୍ନ ଭୋଜନ ଛୁଟି ସମୟ ରେ ସ୍କୁଲ ବାହାରେ କିଛି ଛାତ୍ର ଓ ଅଣ ଛାତ୍ର ଙ୍କ ଭିତରେ ବଚଷା ହୋଇଥିଲା ଓ ଏହି ବଚସା ସମୟ ରେ ବଚଶା ରେ ପୁର୍ଣ ଛେଦ ପକାଇବା ପାଇଁ ମଧ୍ୟସ୍ଥି କରିବାକୁ ଉଦ୍ୟମ କରିଥିବା ଛାତ୍ର କୁ ଅନ୍ୟ ଗୋଷ୍ଠୀ ର ଦୁଇ ଜଣ ଙ୍କ ଭିତରୁ ଜଣେ ତାଙ୍କୁ କାବୁ କରି ଧରିଥିଲା ଓ ଅନ୍ୟଜଣ ଯୁବକ ତାଙ୍କ ପେଟକୁ ଧାରୁଆ ଛୁରୀ ରେ ଆକ୍ରମଣ କରିଥିଲା. ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ଏକ ଘରୋଇ ହସ୍ପିଟାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା ସେଠି ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ. ହତ୍ୟା ରେ ବ୍ୟବହୃତ ହୋଇଥିବା ଧାରୁଆ ଛୁରୀ କୁ ଭି ପୋଲିସ ଜବତ କରିଛି । ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଠାରେ ଦଶମ ଶ୍ରେଣି ଛାତ୍ର ମହେଶ ବାଘ ହତ୍ୟା ମାମଲାର ପ୍ରଦାଫାସ କରିଛି ପୋଲିସ । ଏନେଇ ଜୟପୁର ସଦର ଥାନା ରେ ଏସଡିପିଓ ଅଚ୍ଚିତା ମିତ୍ତଲ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ହତ୍ୟା ମାମଲାରେ ବାରିଣିପୁଟର ଯୁକ୍ତ ଦୁଇ ଛାତ୍ର ଅବତାବ ହିଆଲ (୧୮) କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଏକ ନାବାଳକ (୧୪) ଅଭିଯୁକ୍ତକୁ ଜୁଭେଲାଇନ ଜଷ୍ଟିସ ବୋର୍ଡ ଙ୍କ ନିକଟରେ ହାଜର କରାଯାଇଛି । ପୋଲିସ ସୁଚନା ଅନୁଯାଇ ଗତ ୩୧ ତାରିଖ କେ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ମହେଶ ବାଘ ଙ୍କ ସହ ୫ ଜଣ ବିସ୍କୁଟ କିଣିବାକୁ ବାହାରିଥିଲେ । ନାବାଳକ ଅଭିଯୁକ୍ତ ମଧ୍ୟ ଉକ୍ତ ବିଦ୍ୟାଳୟରେ ୯ ମ ଶ୍ରେଣି ପଡୁଛନ୍ତି । ନାବାଳାକ ଅଭିଯୁକ୍ତ ସହ ତାଙ୍କ ଶ୍ରେଣିର ଅନ୍ୟ ସହପାଠୀ ଛାତ୍ର ସହ ବିବାଦ ରହିଥିଲା । ଉକ୍ତ ଛାତ୍ର ମଧ୍ୟ ମୃତ ମହେଶ ଙ୍କ ସହ ଥିବା ୫ ଜଣ ଙ୍କ ମଧ୍ୟରୁ ସେ ଥିଲେ । ବିଦ୍ୟାଳୟ ବାହାରେ ଛାତ୍ର ଓ ଅଣ ଛାତ୍ର ଙ୍କ ଭିତରେ ବଚଶା ହୋଇଥିଲା । ଅଭିଯୁକ୍ତ ନାବାଳକ ଜଣକ ତାଙ୍କ ବଡ ଭାଇ କୁ ଖବର ଦେଲେ । ଅଭିଯୁକ୍ତ ବଡ ଭାଇ ଏକ ଛୁରି ଆଣି ଉକ୍ତ ନବମ ଶ୍ରେଣି ଛାତ୍ର କୁ ଆକ୍ରମଣ କରୁଥିବା ବେଳେ ମୃତ ମହେଶ ମଧସ୍ଥି କରିଥିଲେ । ଅନ୍ୟ ଗୋଷ୍ଠିର ୨ ଜଣ ଭିତରୁ ଜଣେ ତାଙ୍କୁ କାବୁ କରିଥିଲେ । ଅନ୍ୟ ଜଣେ ଯୁବକ ତାଙ୍କ ପେଟକୁ ଛୁରିରେ ଆକ୍ରମଣ କରିଥିଲେ । ଗୁରୁ ତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଘରୋଇ ହସପିଟାଲରେ ଭତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଜୟପୁର ସଦର ପୋଲିସ ଅଭିଯୋଗ ପାଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିଟ ଟିମ ସହ ପୋଲିସ ତଦନ୍ତ କରିଥିଲା । ହତ୍ୟାରେ ବ୍ୟବହୁତ ଛୁରିକୁ ମଧ୍ୟ ଜବତ କରିଛି । ହତ୍ୟା କାଣ୍ଡ ଘଟାଇ ଅଭିଯୁକ୍ତ ମାନେ ଚମ୍ପଟ ମାରିଥିବା ବେଳେ ଆଜି ସେ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମାଳନିରେ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଅଭିଯୁକ୍ତ କୁ ଗିରଫ କରିବା ଦାବିରେ ବାରିଣିପୁଟ ଫାଣ୍ଡି ନିକଟରେ ଦୁଇ ଦିନ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଉଭୟ ପଟେ ଶହ ଶହ ଗାଡି ଅଟକି ରହିବା ସହ ସାଧାରଣ ଜୀବନ ଯାପନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏନେଇ ଜୟପୁର ସଦର ପୋଲିସ ୧୫ ରୁ ଉଦ୍ଧ ଜଣଙ୍କ ନାମରେ ୨ଟି ମାମଲା ରୁଜୁ କରିଥିବା ବିଷୟ ଏସଡିପିଓ ମିତ୍ତଲ ସୁଚନା ଦେଇଛନ୍ତି ।
