ପୁରୀ: ପୁରୀ କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ପରେ ପୋଲିସ ଖବର ପାଇ ସିଟି ଡିଏସପିଙ୍କ ତତ୍ତ୍ୱାବଧାନରେ ସିବିଚ ଆଇଆଇସି, ସାଇବର ଥାନା ପୋଲିସ, ବମ ସ୍କ୍ୱାଡ,ଡଗ ସ୍କ୍ୱାଡ ଓ ସାଇଣ୍ଟିଫିକ ଟିମ କୋର୍ଟ ପରିସରରେ ସୋମବାର ପୂର୍ବାହ୍ନରେ ତନତନ ଯାଞ୍ଚ କରିଥିଲେ । କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନଥିଲା । ଯାଞ୍ଚ ସମୟରେ କୋର୍ଟ ର ସମସ୍ତ କର୍ମଚାରୀ ଓ ଆଇନଜୀବୀ ମାନେ ଗେଟ ବାହରକୁ ଯାଇଥିଲେ । ଆପତ୍ତିଜନକ ସ୍ଥାନ ଗୁଡିକ ଖୋଜା ଖୋଜି ସରିବା ପରେ କୋର୍ଟକାର୍ଯ୍ୟ ସ୍ୱାଭାବିକ ହୋଇଥିଲା । କିଛି ଦିନ ପୂର୍ବେ ଏହିପରି ଇମେଲ ଧମକ ମଧ୍ଯ ଆସିଥିଲା । ସାଇବର ଥାନା ଘଟଣାର ତଦନ୍ତ କରୁଥିବା ବେଳେ କିଏ ଏବଂ କେଉଁଠାରୁ ଏହି ଇମେଲ ଆସିଛି ତାର ତଦନ୍ତ କରାଯାଉଛି । ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଟି ଡିଏସପି ସୂଚନା ପ୍ରଦାନ କରିଛନ୍ତି ।
