ଚଣ୍ଡିଖୋଲ: ଆଜି ସକାଳେ ନିଜ ବାଡ଼ିରେ ଥିବା କନିଅର ଫୁଲ ତୋଳୁଥିବା ବେଳେ ହଠାତ ଏକ ବିଷଧର ସାପ କାମୁଡିଦେବାରୁ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି କ୍ଷ ସୂଚନା ଅନୁସାରେ ବଡ଼ଚଣା ଥାନା ବଡଘୁମୁରି ପଂଚାୟତ ଅହମ୍ମଦପୁର ଗ୍ରାମର ସୁବାସ ଚନ୍ଦ୍ର ମହାନ୍ତିଙ୍କ ସ୍ତ୍ରୀ ହରପ୍ରିୟା ମହାନ୍ତି(୪୬) ସକାଳୁ ନିଜ ବାଡ଼ିରେ ଫୁଲ ତୋଳୁଥିବା ବେଳେ ଗଛରେ ଥିବା ଏକ ବିଷଧର ସାପ ତାଙ୍କୁ କାମୁଡିଦେଇଥିଲା କ୍ଷ ସେ ସେଠାରେ ପଡିଯାଇଥିଲେ ଏବଂ ପରିବାର ଲୋକେ ତାଙ୍କୁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ଅଭିଯୋଗ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ୠଜୁ କରି ମୃତ ଦେହ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରିଥିଲା କ୍ଷ
