ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଏପ୍ରିଲ ପହିଲାରୁ ଏସ୍ଆଇଆର୍ । ରାଜ୍ୟରେ ଏପ୍ରିଲ ୧ ତାରିଖରୁ ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଂଘନ ସଂଶୋଧନ । ରାଜ୍ୟରେ ୯୦ ପ୍ରତିଶତ ଭୋଟର ତାଲିକାରେ ସଂଶୋଧନ ହୋଇସାରିଛି। ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମରେ ୮ ପ୍ରତିଶତ ସଂଶୋଧନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ ଏହି ପ୍ରେସମିଟରେ କହିଛନ୍ତି, ରାଜ୍ୟରେ ଶତ ପ୍ରତିଶତ ସଂଶୋଧନ ପାଇଁ ଚେଷ୍ଟା ଚାଲିଛି । ସବୁଠୁ ବଡ଼ କଥା ହେଲା ୨୦୦୨ ମସିହା ଆଧାରରେ ସଂଶୋଧନ କରାଯିବ । ୨୦୦୨ରେ ଯେଉଁ ବୁଥ୍ ଭୋଟ୍ କରିଥିଲେ, ସେହି ବୁଥ୍ ନମ୍ବର ଏସ୍ଆଇଆର୍ ଅଧିକାରୀଙ୍କୁ କହିଲେ ବି ସଂଶୋଧନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । କିନ୍ତୁ ଯଦି ମତଦାତାଙ୍କ ନିକଟରେ କିଛି ବି ଲିଷ୍ଟ୍ ନାହିଁ ତେବେ ତାକୁ ୧୧ ନମ୍ବର ଫର୍ମ ପୂରଣ କରି ଏସ୍ଆରଆଇ ଅଧିକାରୀଙ୍କୁ ଦେଲେ ଚଳିବ । ଏହାର ଉଦ୍ଦେଶ୍ୟ ହେଉଛି ଭୋଟର ଭୋଟରପଞ୍ଜିକରଣ ପୁରା କ୍ଲିନ୍ ହେବା ଦରକାର। ଯଦି କୌଣସି ମତଦାତାଙ୍କ ନାଁ ଦୁଇଟି ସ୍ଥାନରେ ରହିଥାଏ, ସେଥିରୁ ଗୋଟିଏ ସ୍ଥାନ ସେ ବାଛିପାରିବେ ।ଏସ୍ଆର୍ଆଇ ପରେ ବି ଯଦି ମତଦାତା ଦୁଇଟି ବା ଏକାଧିକ ସ୍ଥାନରେ ନିଜର ନାଁ ରଖୁଛନ୍ତି ତେବେ ତାହା ଦଣ୍ଡନୀୟ ଅପରାଧ ହେବ ବୋଲି ରାଜ୍ୟ
