Oplus_16908288
ଟାଙ୍ଗୀ ଚୌଦ୍ୱାର: କଟକ ଜଗତପୁର ବିରୂପା ବ୍ୟାରେଜର ୧୦ନଂ ଗେଟରେ ଜଣେ ମହିଳାଙ୍କ ଗଳିତ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଜଗତପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୌଦ୍ୱାର ଅଗ୍ନିଶମ ବାହିନୀ ଜରିଆରେ ମୃତଦେହ ଉଦ୍ଧାର କରିଥିଲେ । ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।ଅନ୍ୟ ପକ୍ଷରେ ଚୌଦ୍ୱାର ରୁ ଜଣେ ମହିଳା ଗତ ୩ ଦିନ ହେବ ନିଖୋଜ ଥିବାର ଅଭିଯୋଗ ହୋଇଛି ଓ ଆଠଗଡ଼ ଅଂଚଳର ଜଣେ ମହିଳା ମଧ୍ୟ ନିଖୋଜ ଥିବାର ଥାନାରେ ଅଭିଯୋଗ ରହିଛି ଏପରିକି ଜଗତପୁର ବାଟଗଛ ନିକଟରେ ଗୋଟିଏ ସ୍କୁଟି ଓ ଦୁଇଟି ଚପଲ ପଡିଥିବାର ପୁଲିସ ତଦନ୍ତ ରୁ ଜଣାଅପଡ଼ିଛି
