ପୁରୀ: ପୁରୀଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମ୍ମୁଖ୍ୟ ଦ ବେଲ୍ ,ପରିବର୍ତ୍ତନ ଓଡ଼ିଶା,ମହା ବିନାୟକ ସେବା ଟେମ୍ପଲ ଟ୍ରଷ୍ଟ ଓ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ବିଶ୍ୱ ସ୍ୱେଛାସେବୀ ସଂଗଠନ ଦିବସ କର୍ତ୍ତବ୍ୟ ୨୦୨୬ ଗୋପାଳବଲ୍ଲଭ ରୋଡ ସ୍ଥିତ ନାରୀସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହିପ୍ରକାଶ ମଠର ମଠାଧୀଶ ସ୍ୱାମୀ ଶୁଭାନନ୍ଦ ପୁରୀ ଯୋଗଦେଇ ଅଧୁନା ପରିସ୍ଥିତିରେ ସମସ୍ତ ଅନୁଷ୍ଠାନ ନିଜ ନିଜ ଭିତରେ ମତପ୍ରାର୍ଥକ୍ୟ ନ ରଖି ସାମୁହିକ ଭାବରେ ସଂଗଠିତ ହୋଇ କାର୍ଯ୍ୟ କଲେ ସମାଜର ବୃହତ ସ୍ୱାର୍ଥ ସମାଧାନ ହେବ । ଏଥିସହ ସଂଗଠନ ଗୁଡ଼ିକର କାର୍ଯ୍ୟ ପରିସର ବୃଦ୍ଧି ପାଇବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସମାଜକର୍ମୀ ସବିତା ମିଶ୍ର,ଲକ୍ଷ୍ମୀ ବାରିକ ,ସଂଘମିତ୍ରା ମିଶ୍ର ,ଡ ନେତାଜୀ ହରି ଚନ୍ଦନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦ ବେଲ୍ ର ଅଧକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧକ୍ଷତାର ଆୟୋଜିତ ଏହି ସଭା କାର୍ଯ୍ୟରେ ସମାଜର ବିଭିନ୍ନ ବିଭାଗରେ ସଫଳତା ସହିତ କାର୍ଯ୍ୟ କରିଥିବା ୧୮ ଗୋଟି ଅନୁଷ୍ଠାନ ମାନଙ୍କୁ କର୍ତ୍ତବ୍ୟ ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇ ଥିଲା ।ସାମାଜିକ କାର୍ଯ୍ୟରେ ସର୍ବପୁରାତନ ଅନୁଷ୍ଠାନ ଭାବରେ ପୁରୀ ସେବା ସମିତି, ପର୍ଯ୍ୟଟକଙ୍କ ସେବା ପାଇଁ ପୁରୀ ବିଚ ଫଟୋଗ୍ରାଫର ମହାସଂଘ,ଜନତାଙ୍କୁ ସଚେତନ କରିବା ପାଇଁ ମିତ୍ରସଙ୍ଘ, ପଶୁମାନଙ୍କ ମଙ୍ଗଳ ପାଇଁ ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନ, ଖାଦ୍ୟ ବିତରଣ ପାଇଁ ଆପଣଙ୍କ ସେବାରେ, ଯୁବକଙ୍କ ଉନ୍ନତି ପାଇଁ ବିବେକାନନ୍ଦ ଯୁବଶକ୍ତି ସଂଗଠନ, ରକ୍ତଦାନ ପାଇଁ ସମର୍ପଣ, ମହିଳା ସଶକ୍ତିକରଣ ପାଇଁ ନାରୀ ସେବା ସଦନ, ଗ୍ରାମ୍ୟ ଉନ୍ନତି ପାଇଁ ମାଟିର ମଣିଷ, ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ଶ୍ରୀନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ, ଶିଶୁ ଅଧିକାର ପାଇଁ ଶିଶୁ ସମାଚାର, ତ୍ୱରିତ ସେବା ପାଇଁ ହାପିନେସ ଫାଉଣ୍ଡେସନ, ପୁରୁଣା ସଂଗଠନ ପାଇଁ ପୁରୀ ସେବା ସମିତି, ନିଶା ନିବାରଣ ପାଇଁ ମିଶନ ଓଡିଶା, ଖେଳ କୁଦ ପାଇଁ ଝାଡ଼େଶ୍ୱରୀ କ୍ଲବ, ଭାଷା ସୁରକ୍ଷା ପାଇଁ କୁମାର କବି ଫାଉଣ୍ଡେସନ, ବରିଷ୍ଠ ନାଗରିକ ସେବା ପାଇଁ ହୋପ ଇଜ ଲାଇଫ, ଶିକ୍ଷା ପାଇଁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି,ସଂଗୀତ ଓ ସଂସ୍କୃତି ପାଇଁ ପ୍ରଣତି କଳା ମନ୍ଦିର ଙ୍କୁ କର୍ତ୍ତବ୍ୟ ସମ୍ମାନ ୨୦୨୬ ପ୍ରଦାନ କରାଯାଇ ଥିଲା। ସଭା କାର୍ଯ୍ୟ ଦ୍ୱିତୀୟ ପର୍ବରେ ରାଜନୀତିରେ ସଂଗଠନ ମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚନା ଚକ୍ରରେ ସାମାଜିକକର୍ମୀ ବିରଞ୍ଚି ମିଶ୍ର,ପରିବର୍ତ୍ତନ ଓଡ଼ିଶା ମୁଖ ପାତ୍ର ଗଣେଶ ମହାସୁଆର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ , ସୁରୋଜିତ ଘୋଷ,ଡ ଜୟନ୍ତୀ ମହାପାତ୍ର ପ୍ରଭୃତି ଯୋଗଦେଇ ସାମାଜିକ ସଂଗଠନ ଗୁଡ଼ିକ ରାଜନୀତି ରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ, ଶ୍ରୀଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟ, ପରିବର୍ତ୍ତନ ଓଡିଶା ଓ ବେଲ୍ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ
