ପାରାଦୀପ: ପାରାଦୀପ ର ଷଣ୍ଢକୁଦ ବସ୍ତିରେ ଏକ ହୃଦୟବିଦାରକ ଘଟଣାରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକ କୁ ଅତି ଅମାନୁଷିକ ଭାବରେ ଏକ ଘର ଭିତରେ କେବୁଲ ଓ ଲଢ଼ିରେ ମାଡ଼ ମାରିବା ସହିତ ନୃଶଂସ ଭାବରେ ଏହି ମାନସିକ ଭିନ୍ନକ୍ଷମ ଯୁବକ କୁ ଛାତିକୁ ଗୋଇଠା ମାରି ଆହତ କରିଥିଲେ ଦୁଇଜଣ ଯୁବକ ମାଡ଼ ମାରିବା ସହିତ ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ପାରାଦୀପରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାପରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକୁ ଦୃଢ ନିନ୍ଦା କରିବା ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଓ ବଜରଙ୍ଗ ସେନାର କର୍ମୀ ମାନେ ଜଟାଧାର ମୁହାଣ ଥାନାରେ ଲିଖିତ ଅଭିଯୋଗ କରି ଅପରାଧୀ ଙ୍କ ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଯେଉଁଭଳି ଭାବରେ ଅତି ଅମାନୁଷିକ ଭାବରେ ଜଣେ ମାନସିକ ଭିନ୍ନକ୍ଷମ, ଭଲ ଭାବରେ କଥା କହି ପାରୁନଥିବା ନିରୀହ ଯୁବକ କୁ ମାଡ଼ ମରାଯାଉଛି ଏହାକୁ ଦୃଢ ନିନ୍ଦା କରିବା ସହିତ ଉକ୍ତ ଯୁବକ ର ଚିକିତ୍ସା କରିବାପରେ ଜଟାଧାର ମୁହାଣ ସାମୁଦ୍ରିକ ଥାନା ତରଫରୁ ଏହି ଯୁବକ ମାନଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଦୁଇଟି ସଂଗଠନ ର ସଦସ୍ୟ । ପୋଲିସ ତରଫରୁ ଏଭଳି ଦଣ୍ଡ ଦିଆଯାଉ ଯେମିତି ଏହି ଯୁବକ ମାନଙ୍କ ସହିତ ଯେଉଁମାନେ ଏହିଭଳି କାର୍ଯ୍ୟକଳାପ ରେ ଲିପ୍ତ ଅଛନ୍ତି ସେମାନେ ମାଡ଼ ମାରିବା ତ ଦୂରର କଥା ଯେପରି କାହାକୁ ମୁହଁ ଉଠାଇ ଦେଖିବେନି ସେହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଟାଧାର ମୁହାଣ ଥାନା ଅଧିକାରିଣୀ ଙ୍କୁ ନିବେଦନ କରିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଆକ୍ରମଣ ର ଶିକାର ହୋଇଥିବା ଏହି ମାନସିକ ଭିନ୍ନକ୍ଷମ ପିଲାଟି ଦୀର୍ଘଦିନ ହେବ ଷଣ୍ଢକୁଦ ବସ୍ତିରେ ରହିଆସୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ତେବେ ମାଡ଼ ମାରୁଥିବା ଯୁବକ ମାନେ ବିଭିନ୍ନ ସମୟରେ ଯେଉଁ ନିରୀହ ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିମାଡ଼ ମାରି ଭିଡିଓ ଭାଇରାଲ କରି ସେମାନଙ୍କ ମଜା ଉଡାଇ ଖୁସି ମନାନ୍ତି ବୋଲି କିଛି ସ୍ଥାନୀୟ ଲୋକ କହିଛନ୍ତି। ଏହି ଘଟଣା କୁ ନେଇ ପୋଲିସ ଆକ୍ସନ ମୂଡ଼ରେ ରହିବା ସହିତ ଅଭିଯୋଗ ପରେ ଜଣେ ଯୁବକ କୁ ଅଟକ ରଖିଥିବା ବେଳେ ଅନ୍ୟ ମାନଙ୍କୁ ଖୋଜୁଛି ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ ।
