ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୧୩ ବାଂଶପାଣି ଅଞ୍ଚଳର ଖୁଣ୍ଟ ପାଣି ଜଙ୍ଗଲ ରୁ ଜଣେ ୧୧ ବର୍ଷର ନାବାଳକ ବାଳକ ର ମୃତ ଦେହ ଉଦ୍ଧାର। ଗତ ବୁଧବାର ଭଉଣୀ ଭିଣେଇ ଙ୍କ ସହିତ ଜଙ୍ଗଲକୁ ଯାଇଥିଲେ ଛତୁ ତୋଳିବାକୁ, ଦୁଇ ଜଣ ଘରକୁ ଫେରି ଆସି ଥିଲେବି ମୃତକ କ୍ରିଷ୍ଣା କାଳନ୍ଦୀ ଘରକୁ ଫେରି ନଥିଲେ, ଆଜି ତାଙ୍କର ମୃତଦେହ ଦେଖି ଗାଁ ର କେହି ଲୋକ ପୋଲିସ କୁ ଖବର ଦେଇଥିଲେ, ପୋଲିସ ସେଠାରୁ ମୃତ ଦେହ ଜବତ୍ କରିବା ସହିତ ଶବ ବେବଛେଦ ପାଇଁ ବଡ଼ବିଲ ଡାକ୍ତର ଖାନା କୁ ପଠାଇ ଥିଲେ। ବେବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁର ପକୃତ ରହସ୍ୟ ଉନ୍ମୋଚନ ହେବ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କ୍ରିଷ୍ଣା କୁ ତାର ଭଉଣୀ ଓ ଭିଣେଇ ମାରିଦେଇଛନ୍ତି। ତେବେ ପୋଲିସ ଏହାଉପରେ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
