ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିବା ୨୦୨୬-୨୭ ଆର୍ôଥକ ବର୍ଷର ବଜେଟରେ ଭାରତୀୟ ରେଳବାଇକୁ ମିଳିଛି ରେକର୍ଡ ପରିମାଣର ଅନୁଦାନ। କେନ୍ଦ୍ର ସରକାର ରେଳ ବିଭାଗକୁ ଦେଇଛନ୍ତି ୨.୭୮ ଲକ୍ଷ କୋଟି ଟଙ୍କା। ପୂର୍ବରୁ କୌଣସି ବଜେଟରେ ରେଳ ବିଭାଗକୁ ଏତେ ପରିମାଣର ଅନୁଦାନ ମିଳି ନଥିଲା।ରେଳ ଭିତ୍ତିଭୂମିକୁ ସୁଦୃଢ଼ କରି ଅର୍ଥନୀତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବା, ଲଜିଷ୍ଟିକ କ୍ଷମତାକୁ ବୃଦ୍ଧି କରିବା ଓ ନିଯୁକ୍ତି ସୁଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏତେ ପରିମାଣର ବ୍ୟୟବରାଦ କରିଛନ୍ତି।ପୂର୍ବ ଆର୍ôଥକ ବର୍ଷରେ ଭାରତୀୟ ରେଳ ବିଭାଗକୁ ମୋଟ ୨.୫୫ ଲକ୍ଷ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ଏହା ମଧ୍ୟରେ ପୁଞ୍ଜିଗତ ବ୍ୟୟର ପରିମାଣର ୨.୫୨ ଲକ୍ଷ କୋଟି ଥିଲା। ୨୦୨୭ ଆର୍ôଥକ ବର୍ଷ ପାଇଁ ପୁଞ୍ଜିଗତ ଖର୍ଚ୍ଚକୁ ୨.୭୮ ଲକ୍ଷ କୋଟି କରାଯାଇଛି। ସେହିପରି ମୋଟ ଉପରେ ରେଳବାଇ ଭିତ୍ତିଭୂମି ପାଇଁ ୨.୯୨ ଲକ୍ଷ କୋଟିର ବ୍ୟବସ୍ଥା ହୋଇଛି।ରେଳ ବିଭାଗକୁ ଅନୁଦାନ ମିଳିବା ପରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ “ଚେନ୍ନାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମିଳିତ ଭାବେ ଗୋଟିଏ ହାଇସ୍ପିଡ ଟ୍ରାଙ୍ଗେଲ କିମ୍ବା ଦକ୍ଷିଣ ହାଇସ୍ପିଡ ଡାଇମଣ୍ଡରେ ପରିଣତ ହେବେ। ଏହା ସମସ୍ତ ୫ ଦକ୍ଷିଣ ଭାରତୀୟ ରାଜ୍ୟ- କର୍ଣ୍ଣାଟକା, ତେଲଙ୍ଗାନା, ଆନ୍ଧ୍ର, ତାମିଲନାଡୁ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମେରୁଦଣ୍ଡ ଭାବେ ଉଭା ହେବ।
ବଜେଟ୍ରେ ରେଳ ବିଭାଗକୁ ରେକର୍ଡ ୨.୭୮ ଲକ୍ଷ କୋଟି















Leave a Reply