ପୁନେ: ବିମାନ ଦୁର୍ଘଟଣାରେ ଏନ୍ସିପି ନେତା ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ରାଜନୀତି ଦେଖାଦେଇଛି। ଘଟଣା ପଛରେ ଷଡ଼ଯନ୍ତ୍ର ରହିଥିବା ବିରୋଧୀ ଦଳ ଅଭିିଯୋଗ କରିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯିବାକୁ ବିରୋଧ ଦଳ ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ୍ଗେ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ତେବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି-ଏସ୍ସିପି)ର ବରିଷ୍ଠ ନେତା ତଥା ଅଜିତଙ୍କ ଦାଦା ଶରଦ ପାୱାର ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିମାନ ଦୁର୍ଘଟଣାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି। ବିମାନ ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ। ବିମାନ ଖସିଯିବା ସଂପୂର୍ଣ୍ଣ ଭାବେ ଦୁର୍ଘଟଣାଜନିତ ବୋଲି ସେ କହିଛନ୍ତି। ଘଟଣାକୁ ରାଜନୀତିକରଣ କରା ନଯିବାକୁ ସେ ଅନୁରୋଧ କରିଛନ୍ତି। ତେଣେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ କହିଛନ୍ତି, ଅଜିତଙ୍କୁ ନେଇ ଯାଉଥିବା ବିମାନଟି ଯାତ୍ରା ସମୟରେ ପାଗ କୁହୁଡ଼ିଆ ରହିଥିଲା। ବାରମତି ବିମାନଘାଟିରେ ଅବତରଣ ସମୟରେ ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଜଣାଇଥିଲେ କି ରନୱେ ଦୃଶ୍ୟମାନ ହେଉନାହିଁ। ତେବେ ଅବତରଣ ପାଇଁ ଦ୍ୱିତୀୟ ଉଦ୍ୟମ ସମୟରେ ଲାଣ୍ଡିଂ କ୍ଲୟରାନ୍ସ ପାଇବା ପରେ ପରେ ବିମାନଟି ଦୁର୍ଘଟଣାକୁ ସାମନା କରିଥିଲା।
ଅଜିତଙ୍କ ମୃତ୍ୟୁକୁ ନେଇ ରାଜନୀତି କରା ନ ଯାଉ: ଶରଦ















Leave a Reply