ପୁରୀ(ବ୍ୟୁରୋ): ଫେବ୍ରୁଆରୀ ୪ ତାରିଖରେ ପୁରୀ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀ। ସେ ପ୍ରଥମେ ୪ ତାରିଖ ସକାଳ ୭ଟା ସମୟରେ ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ଡଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ସିଂହଦ୍ୱାର ଠାରେ ଗଜପତି ମହାରାଜ ସ୍ୱାଗତ କରିବାର ରହିଛି। ତାହା ସହ ଗର୍ଭଗୃହ ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ସକାଳ ୮ଟା ୨୦ ମିନିଟ୍ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରି ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିଦିନ ସକାଳ ୪ଟାରେ ସୁଦ୍ଧା ଜୟ ବିଜୟ ଦ୍ୱାର ଫିଟା ନୀତି କରାଯିବ। ସୁରକ୍ଷା ଦୃଷ୍ଟିକୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀ ମନ୍ଦିର ଶୋଧ କରାଯିବ। କୌଣସି ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ନାହିଁ।
୪ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି; ମହାପ୍ରଭୁଙ୍କ ଦର୍ଶନ ସହ ଶ୍ୱେତଗଙ୍ଗାରେ କରିବେ ପିଣ୍ଡଦାନ















Leave a Reply