ୱାସିଂଟନ: ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଓହିଓ ସ୍ଥିତ ଘର ଉପରେ ହୋଇଛି ଆକ୍ରମଣ। ବିଳମ୍ବିତ ରାତିରେ ଜଣେ ଅନୁପ୍ରବେଶକାରୀ ସୁରକ୍ଷା ବଳୟ ଭେଦ କରି ଆକ୍ରମଣ କରିବାକୁ ସକ୍ଷମ ହୋଇଛି। ଏଥିଯୋଗୁ ଭାନ୍ସଙ୍କ ଘରର ଏକାଧିକ ଝରକା ମଧ୍ୟ ଭାଙ୍ଗି ଯାଇଛି। ବିଳମ୍ବିତ ରାତିରେ ଭାନ୍ସଙ୍କ ଘର ପାଖରେ ଅନୁପ୍ରବେଶକାରୀକୁ ଦେଖିବା ମାତ୍ରେ ଆକ୍ସନ ମୋଡକୁ ଆସିଥିଲେ ଆମେରିକା ସିକ୍ରେଟ ସର୍ଭିସ ଓ ସିନସିନ୍ନାଟି ପୁଲିସ୍। ଭାନ୍ସଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ୍ ଉକ୍ତ ଅନୁପ୍ରବେଶକାରୀକୁ ଗିରଫ କରିଛି। ଘଟଣା ବେଳେ ଭାନ୍ସ କିମ୍ବା ତାଙ୍କ ପରିବାର ଲୋକ ଉପସ୍ଥିତ ନଥିଲେ। ସେହିପରି ଅନୁପ୍ରବେଶକାରୀ ଜଣଙ୍କ ଝରକା ଭାଙ୍ଗିଥିଲେ ହେଁ ଘର ଭିତରେ ପଶିବାକୁ ସକ୍ଷମ ହୋଇନାହିଁ। ସାମ୍ନାକୁ ଆସିଥିବା ଫଟୋରେ ଭାନ୍ସଙ୍କ ଘରର ଝରକା ଭାଙ୍ଗି ଯାଇଥିବା ଦେଖାଯାଉଛି। କିନ୍ତୁ ବାସ୍ତବରେ ଏହା କେମିତି ଭାଙ୍ଗିଲା ଓ ପୂରା ଘଟଣା କ’ଣ ସେକଥା ସ୍ପଷ୍ଟ ହୋଇନାହିଁ।
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ















Leave a Reply