ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ; ଏଣିକି ସ୍କ୍ରିନିଙ୍ଗ ଟେଷ୍ଟ ପାସ୍‌କଲେ ଚଳାଇବେ ଆମ ବସ

Spread the love


ଭୁବନେଶ୍ୱର(ବ୍ୟୁରୋ): ରୁପାଲି ଛକ ଦୁର୍ଘଟଣା ପରେ ଆମ ବସ୍ କୁ ଘେରିଲେ ଅଟୋ ଡ୍ରାଇଭର । ରୁପାଲି ଛକ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ । ବାରମ୍ବାର ଦୁର୍ଘଟଣା ରୋକିବାକୁ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବସିଥିଲା ଏହି ସମୀକ୍ଷା ବୈଠକ । .ଦୁର୍ଘଟଣା ସ୍ଥିତି ସମୀକ୍ଷା କଲେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ । ୫ ଜଣିଆ ଉଚ୍ଚ ସ୍ତରୀୟ କମଟି ହେଲା ଗଠନ । ଆରମ୍ଭ ହେଲା ମଦ୍ୟପ ଡ୍ରାଇଭରଙ୍କ ଯାଞ୍ଚ ପ୍ରକ୍ରିୟା । ୧୦ ମାସ ଭିତରେ ୭ ଜୀବନ ନେଇଛି ଆମ ବସ୍ । ଆହତ ହୋଇଛନ୍ତି ୯୦ ରୁ ଅଧିକ ଲୋକ । କ୍ରୁଟ ସହ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ କଲେ ଆଲୋଚନା । ରୁପାଲିରେ ଆମ ବସ୍ ଦୁର୍ଘଟଣା ପରେ ସମୀକ୍ଷା କଲେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ । ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କଡ଼ାକଡ଼ି ହେବ ଡ୍ରାଇଭରଙ୍କ ନିଯୁକ୍ତି ପ୍ରକ୍ରିୟା । କମିଶନରେଟନ ପୋଲିସର ଯାଞ୍ଚ କରୁଛି ମଦ । ୫ ଜଣିଆ ଉଚ୍ଚସ୍ତରୀୟ କମିଟିରେ ପରିବହନ କମିସନର,ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ ରହିବେ । ପ୍ରତି ୧୫ ଦିନରେ ଥରେ ଏହି କମିଟି ବସି ଆମ ବସ ସମ୍ପର୍କରେ ଚଳାଚଳକୁ ସମୀକ୍ଷା କରିବ । ଡ୍ରାଇଭରମାନଙ୍କୁ ନିଯୁକ୍ତି ପରେ ମଧ୍ୟ ଆଚରଣ ଉଚ୍ଚାରଣ ସମ୍ପର୍କରେ ତାଲିମ ଦିଆଯିବ । ଏକ ମାସ ପର୍ଯ୍ୟନ୍ତ ପରିଚାଳନା ନେଇ ତୀକ୍ଷ୍ଣ ନଜର ରଖାଯିବ । ଗତକାଲି ଘଟଣା ଅତ୍ୟନ୍ତ ଦୁଖଃଦ ଘଟଣା, ଆଗାମୀ ଦିନରେ ଏହା କିପରି ନ ଘଟିବ ସେଥି ପ୍ରତି ସମସ୍ତ ପ୍ରକାର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ପ୍ରମୁଖ ସଚିବ । ପ୍ରତି ମାସରେ ଭଲ ଆଚରଣ ଉଚ୍ଚାରଣ କରୁଥିବା ଚାଳକ, କଣ୍ଡକ୍ଟରମାନଙ୍କୁ ମିଳିବ ପ୍ରୋତ୍ସହାନ ,ପ୍ରତିଦିନ ଚଳା ଚଳ କରୁଥିବା ଆମ ବସର ଯାନ୍ତ୍ରିକ ବ୍ୟବସ୍ଥା ପ୍ରତ୍ୟକ ଦିନ ଯାଞ୍ଚ କରାଯିବ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏହି ସମୀକ୍ଷା ବୈଠକ ବସିଥିଲା । ଉଷା ପାଢ଼ୀ, ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବୈଠକରେ ଯୋଗ ଦେଇଥିଲେ ।ଆମ ବସ୍ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯାଜପୁର ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଶନିବାର ରୂପାଲି ଛକରେ ଆମ ବସ ଧକ୍କାରେ ବିଷ୍ଣୁଙ୍କ ଜୀବନ ଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!